ସ୍ୱଚ୍ଛ ଓ ଅବାଧ ନିର୍ବାଚନ: ୪,୧୮, ୮୬, ୯୫୪ ଟଙ୍କାର ମଦ ଜବତ

Advertisment
ଗଣତି  ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ: ସକାଳ ୮ଟାରୁ ଗଣତି ଆରମ୍ଭ; ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ, ପାଟଣାଗଡ଼ରେ ସର୍ବାଧିକ ୪୯ ରାଉଣ୍ଡ ଗଣତି

OST

ଭୁବନେଶ୍ୱର: ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪,୪୫୮ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫,୪୯୭ ଜଣଙ୍କୁ ଅଟକ ରଖାଯାଇଛି। ମୋଟ ୫୫୧୯ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୨୫୦ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୫.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୧,୬୩,୦୧୫.୨୬୩ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ଆନୁମାନିକ ମୂଲ୍ୟ ୪ କୋଟି ୧୮ ଲକ୍ଷ ୮୬ ହଜାର ୯୫୪ ଟଙ୍କା।

ଫ୍ଲାଇଂ ସ୍କ୍ଵାର୍ଡ ଓ ପୁଲିସ ଦ୍ୱାରା ଆଜି ପର୍ଯ୍ୟନ୍ତ ସମୁଦାୟ ୩ କୋଟି ୭୫ ଲକ୍ଷ ୨୧ ହଜାର ୩୮୦ ଟଙ୍କା ଜବତ ହୋଇଛି। ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୬୭ ଲକ୍ଷ ୨୯ ହଜାର ୧୨୦ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍‌ ଭାବେ ଲାଗିଥିବା ୪ ଲକ୍ଷ ୯୦ ହଜାର ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe