Woman Accused of Selling Her Own Child: ଛୁଆ ବିକ୍ରି କରିବାରେ ମଧ୍ୟସ୍ଥି ସାଜିଲେ ଆଶା ଦିଦି, ଉଦ୍ଧାର କଲା ପୁଲିସ

Advertisment

ମୁଜାଫରପୁରର ପାରୁ ଥାନା ଅଞ୍ଚଳରେ, ଜଣେ ମା' ତାଙ୍କ ନବଜାତ ପୁଅକୁ ଜନ୍ମ ଦେବା ପରେ ୧.୬୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ଶିଶୁ ଜନ୍ମ କରିଥିବା ଆଶା କର୍ମୀ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିଲେ। 

ମୁଜାଫରପୁରର ପାରୁ ଥାନା ଅଞ୍ଚଳରେ, ଜଣେ ମା' ତାଙ୍କ ନବଜାତ ପୁଅକୁ ଜନ୍ମ ଦେବା ପରେ ୧.୬୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ଶିଶୁ ଜନ୍ମ କରିଥିବା ଆଶା କର୍ମୀ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିଲେ। 

couple gave son Photograph: (sambad.in)

ନୂଆଦିଲ୍ଲୀ: ଇଶ୍ବରଙ୍କୁ ନିଜ ଗର୍ଭରେ ରଖି ଯିଏ ନବଜୀବନ ଦିଏ ସେ ହେଉଛି ମା । ମା କୋଳ ସନ୍ତାନ ପାଇଁ ସବୁଠାରୁ ନିରାପଦ ସ୍ଥାନ ହୋଇଥାଏ । ମା ର ପଣତ ଛାଇ ସନ୍ତାନର ଦେହରେ ପଡିଥିଲେ ସନ୍ତାନକୁ କୌଣସି ସମସ୍ୟା ସହ ସମ୍ମୁଖିନ ହେବାକୁ ପଡିନଥାଏ । ନିଶ୍ବାସରୁ ଶେଷ ନିଶ୍ବାସ ଯାଏଁ କେବଳ ମା ହିଁ ସନ୍ତାନ ପାଇଁ ମଙ୍ଗଳ କାମନା କରିଥାଏ । ମା ଠୁ ମହାନ ଏ ସଂସାରରେ ଆଉ କେହି ନାହାନ୍ତି। ତେବେ ମୁଜାଫରପୁରର ପାରୁ ଅଞ୍ଚଳରେ ଠିକ ଏହାର ବିପରୀତ ଦେଖିବାକୁ ମିଳଛି । ଯେଉଁଠାରେ ଜଣେ ମା ନିଜ ସନ୍ତାନକୁ ଜନ୍ମ କରିବା ପରେ ୧.୬୦ ଲକ୍ଷ ଟଙ୍କାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛନ୍ତି। ପ୍ରସବ କରିଥିବା ଆଶା କର୍ମୀ ଏହି ବେଆଇନ କାରବାରରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିଲେ। ଶୁକ୍ରବାର ଦିନ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ କରିଥିବା ପିଲାଟିକୁ ନ ଦେଇ ଘରକୁ ଫେରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା। ପରେ ଗ୍ରାମବାସୀ ଏବଂ ତାଙ୍କ ଶ୍ୱଶୁରଙ୍କ ସନ୍ଦେହ ହେବାରୁ ଶନିବାର ଦିନ ସ୍ଥାନୀୟ ଗ୍ରାମ ମୁଖ୍ୟ ପ୍ରତିନିଧିଙ୍କ ସହିତ ମହିଳାଙ୍କ ଶ୍ୱଶୁରଙ୍କୁ ଅଧିକ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ନିଆଯାଇଥିଲା ।

ପୋଲିସର ତଦନ୍ତ ପରେ ଜଣାପଡିଲା ସତ 
ପୋଲିସ ତଦନ୍ତରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ମହିଳା ଜଣଙ୍କ ପୁତ୍ରଟିକୁ ଜନ୍ମ ଦେବା ପରେ ନବଜାତ ପୁତ୍ରକୁ ମୁଜାଫରପୁର ସଦର ପୋଲିସ ଷ୍ଟେସନ ଅଞ୍ଚଳର ଏକ ସମ୍ଭ୍ରାନ୍ତ ପରିବାରକୁ ବିକ୍ରି କରାଯାଇଥିଲା। ମହିଳା ଜଣକ କହିଛନ୍ତି ଯେ , ଆଶା ମଧ୍ୟସ୍ଥି ଭାବରେ କାମ କରି ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ। ଯେତେବେଳେ ଆଶା ନିଜେ ଏହି କାମ ପାଇଁ ୬୦ ହଜାର ଟଙ୍କା ରଖିଥିଲେ। ମହିଳାଙ୍କର ପୂର୍ବରୁ ସାତ ଏବଂ ପାଞ୍ଚ ବର୍ଷର ଦୁଇଟି ପୁଅ ଅଛି ଏବଂ ତାଙ୍କ ସ୍ୱାମୀ ଦିଲ୍ଲୀରେ ଶ୍ରମିକ ଭାବରେ କାମ କରନ୍ତି। ଏହି ଘଟଣା ସଂପର୍କରେ ଷ୍ଟେସନ ହାଉସ୍ ଅଫିସର ଚନ୍ଦନ କୁମାର କହିଛନ୍ତି ଯେ, ମହିଳା ଶୁକ୍ରବାର ସକାଳ ୫.୧୨ ମିନିଟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମା ଏବଂ ପିଲାକୁ ଅପରାହ୍ନ ପ୍ରାୟ ୧.୩୦ ମିନିଟରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏହି ସମୟରେ ମହିଳା ଏବଂ ଆଶା ମିଶି ମୁଜାଫରପୁର ସହରର କ୍ରେତାଙ୍କ ପରିବାରକୁ ନବଜାତ ଶିଶୁଟିକୁ ହସ୍ତାନ୍ତର କରିଥିଲେ।

ନବଜାତ ଶିଶୁଟି ବିନା  ମହିଳା ଜଣଙ୍କ ଘରକୁ ଫେରିବା ପରେ , ମହିଳାଙ୍କ ଶ୍ୱଶୁର ଏବଂ ଗାଁ ଲୋକମାନେ ତାଙ୍କୁ ପଚରାଉଚରା କରିଥିଲେ। କିନ୍ତୁ ମହିଳା ଜଣଙ୍କ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଯାହା ଗ୍ରାମବାସୀଙ୍କ ସନ୍ଦେହକୁ ଆହୁରି ବୃଦ୍ଧି କରିଥିଲା। ପରେ ପୋଲିସ ଏ ସଂପର୍କରେ ଜଣିବା ପରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମା' ଏବଂ ମଧ୍ୟସ୍ଥି ଆଶାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପୋଲିସ ସବିଶେଷ କଥା ଜାଣିବା ପରେ  ଶନିବାର ସନ୍ଧ୍ୟାରେ କ୍ରେତାଙ୍କ ଘରୁ ପିଲାଟିକୁ ଉଦ୍ଧାର କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe