Advertisment

Murder: ସ୍ତ୍ରୀ ଓ ୩ ନାବାଳିକା ଝିଅଙ୍କୁ ଗଳାକାଟି ହତ୍ୟାକଲା ନର ରାକ୍ଷସ ସ୍ଵାମୀ, ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ

Advertisment

ରାଜଧାନୀ ଦିଲ୍ଲୀର ଚନ୍ଦନପାର୍କ ଅଞ୍ଚଳରୁ ଏକ ବର୍ବର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ଓ ତିନି ଜଣ ନାବାଳିକା ଝିଅଙ୍କୁ ଗଳାକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଛି।

ରାଜଧାନୀ ଦିଲ୍ଲୀର ଚନ୍ଦନପାର୍କ ଅଞ୍ଚଳରୁ ଏକ ବର୍ବର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ଓ ତିନି ଜଣ ନାବାଳିକା ଝିଅଙ୍କୁ ଗଳାକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଛି।

WhatsApp Image 2026-02-25 at 2.56.31 PM

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଚନ୍ଦନପାର୍କ ଅଞ୍ଚଳରୁ ଏକ ବର୍ବର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ଓ ତିନି ଜଣ ନାବାଳିକା ଝିଅଙ୍କୁ ଗଳାକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଛି। ସୂଚନା ପାଇ ମାଆ ଓ ତିନି ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଥିବା ବେଳେ ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ଚନ୍ଦନପାର୍କ ନିକଟସ୍ଥ ଘର ନମ୍ବର ୮୪/ଇ ର ଷ୍ଟ୍ରିଟ୍ ନମ୍ବର ୩ରେ ଘଟିଥିବା ହତ୍ୟାକାଣ୍ଡରେ ମୃତବରଣ କରିଥିବା ମହିଳାଙ୍କ ନାଁ ଅନିତା ହୋଇଥିବା ବେଳେ ତାଙ୍କ ସ୍ଵାମୀଙ୍କ ନାଁ ମୁଞ୍ଚୁନ୍ କେଵଟ ବୋଲି ଜଣାପଡ଼ିଛି। ଉଭୟଙ୍କର ତିନୋଟି ଝିଅ ଥିଲେ ଓ ସମସ୍ତେ ନାବାଳିକା ଥିଲେ। ସେମାନେ ମୂଳତଃ ବିହାରର। ମୃତ ମହିଳାଙ୍କ ସ୍ୱାମୀ ମୁଞ୍ଚୁନ୍ କେୱାଟ୍ ଆଜାଦପୁର ମଣ୍ଡିରେ ପନିପରିବା ବିକ୍ରେତା ଭାବରେ କାମ କରୁଥିଲେ। ତେବେ ସେ କାହିଁକି ତାଙ୍କ ପତ୍ନୀଙ୍କ ସମେତ ତିନି ପିଲାଙ୍କ ହତ୍ୟା କଲେ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନଥିବା ବେଳେ ପାରିବାରିକ କଳହ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି।

ମୃତ ମହିଳାଙ୍କ ସ୍ୱାମୀ ମୁଞ୍ଚୁନ୍ କେୱାଟ୍ ସକାଳଠାରୁ ଫେରାର୍ ଅଛନ୍ତି। ପଡ଼ୋଶୀମାନେ ମୃତଦେହଗୁଡ଼ିକୁ ଚିହ୍ନଟ କରିଛନ୍ତି। ମୃତଦେହଗୁଡ଼ିକୁ ହେପାଜତକୁ ନିଆଯାଇ ଅଧିକ ତଦନ୍ତ ପାଇଁ ଶବ ବ୍ୟବଚ୍ଛେଦ କରିବାକୁ ପଠାଯାଇଛି। ବିଏନଏସ୍ ଧାରା ୧୦୩(୧) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ସ୍ଵତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe