ଭାର୍ଗବୀ ବ୍ରିଜରୁ ନଦୀକୁ ଡେଇଁଲେ ମହିଳା

Advertisment

ଭାର୍ଗବୀ ନଦୀ ବ୍ରିଜରୁ ଭରା ନଦୀକୁ ଆତ୍ମହତ୍ୟା ପାଇଁ ଡେଇଁ ପଡିଲେ ବିବାହିତା ମହିଳା । ଉକ୍ତ ମହିଳା ଜଣକ ହେଉଛନ୍ତି ବଳଙ୍ଗା ଥାନା ଉଛୁପୁର ପଂଚାୟତ ନରୁଡ଼ା ଗାଁ ର ଅର୍ଚ୍ଚନା ଜେନା(୩୫)।

ଭାର୍ଗବୀ ନଦୀ ବ୍ରିଜରୁ ଭରା ନଦୀକୁ ଆତ୍ମହତ୍ୟା ପାଇଁ ଡେଇଁ ପଡିଲେ ବିବାହିତା ମହିଳା । ଉକ୍ତ ମହିଳା ଜଣକ ହେଉଛନ୍ତି ବଳଙ୍ଗା ଥାନା ଉଛୁପୁର ପଂଚାୟତ ନରୁଡ଼ା ଗାଁ ର ଅର୍ଚ୍ଚନା ଜେନା(୩୫)।

Untitled

ପିପିଲି: ସହିପାରିଲେନି ପରିବାରର ନିର୍ଯାତନା । ଭାର୍ଗବୀ ନଦୀ ବ୍ରିଜରୁ ଭରା ନଦୀକୁ ଆତ୍ମହତ୍ୟା ପାଇଁ ଡେଇଁ ପଡିଲେ ବିବାହିତା ମହିଳା । ଉକ୍ତ ମହିଳା ଜଣକ ହେଉଛନ୍ତି ବଳଙ୍ଗା ଥାନା ଉଛୁପୁର ପଂଚାୟତ ନରୁଡ଼ା ଗାଁର ଅର୍ଚ୍ଚନା ଜେନା(୩୫)। ଭାର୍ଗବୀ ନଦୀରେ ଗାଧୋଉଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକେ ନିଜ ଜୀବନକୁ ବାଜି ଲଗାଇ ଗଭୀର ପାଣିରେ ଭାସୁଥିବା ଉକ୍ତ ମହିଳାଙ୍କୁ ଉଦ୍ଧାର କରି ନଦୀକୂଳକୁ ଆଣିଥିଲେ। 

ଖବର ପାଇ ବଳଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ୧୦୮ଆମ୍ବୁଲାନ୍ସ ସେଠାରେ ପହଞ୍ଚିବାରେ ବିଳମ୍ବ ହେବାରୁ ବଳଙ୍ଗା ପୁଲିସ ଥାନା ଜିପରେ ଗୁରୁତର ମହିଳାଙ୍କୁ ନେଇ ପିପିଲି ମଙ୍ଗଳପୁର ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଥିବା ଜଣାଯାଇଛି । ତାଙ୍କର ସ୍ୱାମୀ ଓ ଦୁଇ ପୁଅ ଝିଅ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe