ମୟୁରଭଞ୍ଜ: ଡାହାଣି ସନ୍ଦେହରେ ମହିଳାଙ୍କୁ ହତ୍ୟା!

ଇଏ କି ସମ୍ପର୍କ? ସ୍ୱାମୀର ନୃଶଂସକାଣ୍ଡ

ଭୁବନେଶ୍ୱର: ଦେଶ ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷ ପରେ ବି ସମାଜରୁ ଅନ୍ଧବିଶ୍ୱାସ ଦୂର ହୋଇ ନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଲୋକଙ୍କୁ ଅନ୍ଧବିଶ୍ୱାସ ଆଜି ବି ଘାରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିକାଶ ବଳରେ ମଣିଷ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ମଧ୍ୟ ବଣ-ପାହାଡ ଘେରା ଗାଁରେ ରହୁଥିବା ଆଦିବାସୀ ଲୋକଙ୍କ ପାଇଁ ଏସବୁ ତୁଚ୍ଛ ମନେ ହେଉଛି। ଏଭଳି ଏକ ସଦ୍ୟତମ ଚିତ୍ର ସୋମବାର ସକାଳୁ ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି।

ଡାହାଣି ସନ୍ଦେହରେ ତୋମ୍ବାଝରୀ ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ଗାଁ ନିକଟ ପୋଖରୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ପରେ ହତ୍ୟାକାଣ୍ଡ ସଂପର୍କିତ ଏକ ମାମଲା ରୁଜୁ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦାଆ ଓ କୁରାଢ଼ିକୁ ପୁଲିସ ଜବତ କରିଥିବା ବେଳେ ଏହି ଘଟଣା ସହିତ ଜଡ଼ିତ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସ୍ଥାନୀୟ ଲୋକେ ଗୋପନରେ ଆଲୋଚନା କରୁଛନ୍ତି ଯେ, ମହିଳାଙ୍କୁ ୨ ଦିନ ତଳେ ହତ୍ୟା କରାଯାଇଛି। କାରଣ ସେ ଡାହାଣି ସାଜି ଗୁଣି ଗାରେଡି କରିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ବହୁ କ୍ଷୟକ୍ଷତି କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe