ସମୁଦିର ତୀରମାଡ଼ରେ ସମୁଦୁଣୀ ଗୁରୁତର: ଅଭିଯୁକ୍ତ ଥାନାରେ ଅଟକ

Advertisment

ସମୁଦିର ତୀରମାଡ଼ରେ ସମଦୁଣୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବଣାଇ ସରକାରୀ ଡାକ୍ତରଖାନା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି।

ସମୁଦିର ତୀରମାଡ଼ରେ ସମଦୁଣୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବଣାଇ ସରକାରୀ ଡାକ୍ତରଖାନା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି।

zax

ରାଉରକେଲା: ସମୁଦିର ତୀରମାଡ଼ରେ ସମଦୁଣୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବଣାଇ ସରକାରୀ ଡାକ୍ତରଖାନା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି।  ତାଙ୍କ କାଖତଳ ଛାତିରେ ତୀର ବାଜିଛି। ଚିକିତ୍ସା ପରେ ସ୍ବାସ୍ବ୍ୟାବସ୍ଥା ସ୍ବାଭାବିକ ରହିଛି। ଏଭଳି ଅଭାବନୀୟ ଘଟଣା ଘଟିଛି  ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼‌ା ଥାନା ଅନ୍ତର୍ଗତ ଗମଲେଇ ଗାଁରେ। ତୀର ମାରିଥିବା ସମୁଦି ଉରୁମକଳାର ଲୁକୁ କିସାନକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣା ପଛର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଗମଲେଇ ଗାଁର ବିଧବା ମହିଳା ଲକ୍ଷ୍ମୀ କିସାନ ରହନ୍ତି। ତାଙ୍କର ଲୁକୁ କିସାନଙ୍କ ସହ ଭଲ ସମ୍ପର୍କ ରହିଛି। ଉଭୟେ ଉଭୟଙ୍କୁ ସମୁଦି ଓ ସମୁଦୁଣୀ ବୋଲି ଡକାଡକି ହେଉଥିଲେ। ଗତକାଲି ଗମଲେଇ ବଜାର ଥିଲା। ଲକ୍ଷ୍ମୀ ଅପରାହ୍ନରେ ବଜାର ସାରି ଘରକୁ ଫେରିଥିଲେ। ଲକ୍ଷ୍ମୀ ଅନ୍ୟ ଜଣେ ଯୁବକଙ୍କ ସହ ଘରେ ବସି କଥା ହେଉଥିଲେ। ସମୁଦି ଲୁକୁ ଯୁବକଙ୍କୁ ଲକ୍ଷ୍ମୀଙ୍କ ଘରେ ଦେଖି ରାଗି ଯାଇଥିଲେ। ଯୁବକ ଜଣକୁ କାହିଁକି ଲକ୍ଷ୍ମୀଙ୍କ ଘରକୁ ଆସିଛ ବୋଲି ପଚରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲୁକୁ ଘରୁ ଧନୁତୀର ଆଣି ଯୁବକଙ୍କୁ ତୀରମାଡ଼ କରିଥିଲେ। ତୀର ଯୁବକଙ୍କ ଦେହରେ ନ ବାଜି ଲକ୍ଷ୍ମୀଙ୍କ କାଖ ତଳେ ବାଜିଥିଲା। ଲକ୍ଷ୍ମୀ ଗୁରୁତର ଅବସ୍ଥାାରେ ତଳେ ପଡ଼ିଥିବାବେଳେ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିଲା। ଲୁକୁ ଓ ପଡ଼ୋଶୀ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବଣାଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗମଲେଇ ଗାଁର ବିଧବା ମହିଳା ଲକ୍ଷ୍ମୀ କିସାନ ରହନ୍ତି। ତାଙ୍କର ଲୁକୁ କିସାନଙ୍କ ସହ ଭଲ ସମ୍ପର୍କ ରହିଛି। ଉଭୟେ ଉଭୟଙ୍କୁ ସମୁଦି ଓ ସମୁଦୁଣୀ ବୋଲି ଡକାଡକି ହେଉଥିଲେ। ଗତକାଲି ଗମଲେଇ ବଜାର ଥିଲା। ଲକ୍ଷ୍ମୀ ଅପରାହ୍ନରେ ବଜାର ସାରି ଘରକୁ ଫେରିଥିଲେ। ଲକ୍ଷ୍ମୀ ଅନ୍ୟ ଜଣେ ଯୁବକଙ୍କ ସହ ଘରେ ବସି କଥା ହେଉଥିଲେ। ସମୁଦି ଲୁକୁ ଯୁବକଙ୍କୁ ଲକ୍ଷ୍ମୀଙ୍କ ଘରେ ଦେଖି ରାଗି ଯାଇଥିଲେ। ଯୁବକ ଜଣକୁ କାହିଁକି ଲକ୍ଷ୍ମୀଙ୍କ ଘରକୁ ଆସିଛ ବୋଲି ପଚରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲୁକୁ ଘରୁ ଧନୁତୀର ଆଣି ଯୁବକଙ୍କୁ ତୀରମାଡ଼ କରିଥିଲେ। ତୀର ଯୁବକଙ୍କ ଦେହରେ ନ ବାଜି ଲକ୍ଷ୍ମୀଙ୍କ କାଖ ତଳେ ବାଜିଥିଲା। ଲକ୍ଷ୍ମୀ ଗୁରୁତର ଅବସ୍ଥାାରେ ତଳେ ପଡ଼ିଥିବାବେଳେ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିଲା। ଲୁକୁ ଓ ପଡ଼ୋଶୀ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବଣାଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe