ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଭାଲୁ ଆକ୍ରମଣରେ ମହିଳା ଗୁରୁତର। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। । ହେଲେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Untitled

ନୀଳଗିରି: ଭାଲୁ ଆକ୍ରମଣରେ ମହିଳା ଗୁରୁତର। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ମୁଣ୍ଡ ଓ କାନରେ ଗଭୀର ଆଘାତ।ଶୌଚ ପାଇଁ ଯାଇ ଫେରିବା ସମୟରେ ହଠାତ ବିଲରେ ଆକ୍ରମଣ କଲା ଭାଲୁ। ଆକ୍ରମଣରେ ଗ୍ରାମର କନକ ସ୍ବାଇଁ ଗୁରୁତର। ନୀଳଗିରି ଥାନା ଅଧୀନ କେରଟାପଡିଆ ଗ୍ରାମରେ ଘଟିଛି ଏଭଳି ଘଟଣା।

ଭୋର ସମୟରେ କନକ ନିକଟ ବିଲକୁ ଶୌଚ ପାଇଁ ଯାଇଥିଲେ। ଫେରିବା ସମୟରେ ହଠାତ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସେ ବିଲ ଭିତରକୁ ପଡିଯାଇଥିଲେ। ତାଙ୍କର ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିଲା। ନିଜେ ଆଘାତ ସତ୍ତ୍ବେ  ଘର ପର୍ଯ୍ଯନ୍ତ ଚାଲି ଚାଲି ଆସି ପରିବାର ଲୋକଙ୍କୁ ଅବଗତ କରିଥିଲେ।ପରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ମୁତାବକ, ଭୋର ସମୟରେ କନକ ନିକଟ ବିଲକୁ ଶୌଚ ପାଇଁ ଯାଇଥିଲେ। ଫେରିବା ସମୟରେ ହଠାତ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସେ ବିଲ ଭିତରକୁ ପଡିଯାଇଥିଲେ। ତାଙ୍କର ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିଲା। ନିଜେ ଆଘାତ ସତ୍ତ୍ବେ  ଘର ପର୍ଯ୍ଯନ୍ତ ଚାଲି ଚାଲି ଆସି ପରିବାର ଲୋକଙ୍କୁ ଅବଗତ କରିଥିଲେ।ପରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe