ରାସନକାର୍ଡର କେୱାଇସି ପଞ୍ଜିକରଣରେ ବିଳମ୍ବ ପ୍ରତିବାଦ, ମହିଳାଙ୍କ ରାସ୍ତାରୋକ

ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଡିହଡୋଳ-ତେଲକୋଈ ପୂର୍ତ୍ତବିଭାଗ ରାସ୍ତା ଅବରୋଧ କଲେ ଶହଶହ ରାସନକାର୍ଡ ହିତାଧିକାରୀ l ଡିଲର କେନ୍ଦ୍ରକୁ ରାସନକାର୍ଡର କେୱାଇସି ଭରିବାକୁ ଆସି ନ ହୋଇପାରିବାରୁ ଉତ୍ତ୍ୟକ୍ତ ହୋଇ ମହିଳାମାନେ ରାସ୍ତାରୋକ କରିବା ସହ ପ୍ରତିବାଦ କରିଛନ୍ତିl

ାମଳ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଡିହଡୋଳ-ତେଲକୋଈ ପୂର୍ତ୍ତବିଭାଗ ରାସ୍ତା ଅବରୋଧ କଲେ ଶହଶହ ରାସନକାର୍ଡ ହିତାଧିକାରୀ l ଡିଲର କେନ୍ଦ୍ରକୁ ରାସନକାର୍ଡର କେୱାଇସି ଭରିବାକୁ ଆସି ନ ହୋଇପାରିବାରୁ ଉତ୍ତ୍ୟକ୍ତ ହୋଇ ମହିଳାମାନେ ରାସ୍ତାରୋକ କରିବା ସହ ପ୍ରତିବାଦ କରିଛନ୍ତିl ସରକାରଙ୍କ ତରଫରୁ  ରାସନକାର୍ଡ ହିତାଧିକାରୀମାନଙ୍କ କେୱାଇସି ଭରିବାକୁ ନିୟମ କରାଯାଇଛିl ଯାହାକୁ ନେଇ ଆମ୍ବପଳାସ ଗାଁରେ ଥିବା ଡିଲର ପଏଣ୍ଟ ଠାରେ ଅନେକ ଦିନ ହେବ ପ୍ରବଳ ଭିଡ଼ ଲାଗୁଛି l କିନ୍ତୁ ବହୁ ଲୋକ ଡିଲର ପଏଣ୍ଟକୁ ବାରମ୍ବାର ଆସି ସେମାନଙ୍କ ରାସନ କାର୍ଡର କେୱାଇସି ପୂରଣ ହୋଇନପାରିବାରୁ ଆଜି ସକାଳୁ ଡିହଡୋଳ -ତେଲକୋଈ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି l

ଗାଁ ରେ ଗୋଟିଏ ଡିଲର ପଏଣ୍ଟ ଥିବାବେଳେ ଏହା ଉପରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ରାସନ ହିତାଧିକାରୀ ନିର୍ଭରଶୀଳl ଏହି କେନ୍ଦ୍ର ଠାରେ କେୱାଇସି ପୂରଣ କରାଯାଉଥିବା ବେଳେ  ବୈଷୟିକ ତ୍ରୁଟି କିମ୍ବା ଲିଙ୍କ ନ ଆସିବା କାରଣରୁ ଲୋକଙ୍କ କେୱାଇସି ହେଉନାହିଁ l ଫଳରେ ବାରମ୍ବାର କେୱାଇସି ପୂରଣ ପାଇଁ ଆସି ନିରାଶ ହେବା କାରଣରୁ ରାସ୍ତା ଅବରୋଧ କରିଛନ୍ତି l ଏହା ଫଳରେ ପରଜଙ୍ଗ ଭାୟା ମହାବିରୋଡ଼, ତେଲକୋଈ ଅଞ୍ଚଳକୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଗାଡି ଅଟକି ରହିଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe