Young man died in accident Photograph: (sambad.in)
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବଡଶଙ୍ଖା ଗାଁର ଜଣେ ୪୫ ବର୍ଷୀୟା ମହିଳା ମଇଁଷି ଖୋଜିବାକୁ ଯାଇ ୩୩ କେଭି ବିଦ୍ୟୁତ ତାରରେ ଲାଗି ଜୀବନ ହାରିଛନ୍ତି | ମୃତକ ଜଣକ ହେଲେ ଚିଲି ଶଙ୍ଖା ଗାଁର ସରସ୍ବତୀ ପ୍ରେପେକା | ବୁଧବାର ସନ୍ଧ୍ୟାରେ ଘଟଣାଟି ଘଟିଥିବାବେଳେ ପରିବାର ଲୋକେ ଗତକାଲିଠାରୁ ସରସ୍ବତୀଙ୍କୁ ଖୋଜୁଥିଲେ | ଆଜି ଅପରାହ୍ନରେ ୩୩ କେଭି ତାର ଯାଇଥିବା ଏକ ବୁଦା ମୂଳରୁ ସରସ୍ବତୀଙ୍କ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଦଗ୍ଧ ଶରୀର ପରିବାର ଲୋକେ ଖୋଜାଖୋଜି କରିପାଇଛନ୍ତି ।
ଘଟଣାସ୍ଥଳକୁ ଲକ୍ଷ୍ମୀପୁର ପୋଲିସ ପହଂଚିଥିଲେ ସୁଦ୍ଧା ଉତ୍ୟକ୍ତ ଲୋକେ ଏହି ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗ ସମ୍ପୂର୍ଣ ଭାବେ ଦାୟୀ ବୋଲି କହିଛନ୍ତି | ଏଥି ପୂର୍ବରୁ ସେହି ସ୍ଥାନରେ ଚିଲି ଶଙ୍ଖା ଗାଁର ଜଣେ ମହିଳା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଦୁଇଟି ଗାଈର ମୃତ୍ୟୁ ହୋଇଥିଲା | ଏହାପରେ ବିଦ୍ୟୁତ ବିଭାଗକୁ ସଜାଡ଼ିବା ସକାଶେ ଅଭିଯୋଗ କରାଯାଇଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ତାରକୁ ସଜାଡି ଯାଇନଥିବା କାରଣରୁ ସରସ୍ୱତୀଙ୍କୁ ବିଦ୍ୟୁତ ବିଭାଗ ମାରିଦେଲା ବୋଲି ରୋକଠୋକ ଭାବେ ଗ୍ରାମବାସୀ ଦାୟୀ କରିଛନ୍ତି |
Follow Us