ବାଣୀବିହାର ଓଭରବ୍ରିଜ ଉପରୁ ଡେଇଁପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରୁ ଜଣେ ଯୁବତୀ ଡେଇଁପଡ଼ିଛନ୍ତି | ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କେଉଁ ପରିସ୍ଥିତିରେ ଯୁବତୀ ଜଣକ ଡେଇଁପଡ଼ିଲେ ତାହାର କାରଣ ଅସ୍ପଷ୍ଟ ରହିଛି |

Representational

Representational

ଭୁବନେଶ୍ୱର: ଗଣେଶ ପୂଜା ପାଇଁ ଆଜି ସାରା ରାଜ୍ୟ ସମେତ ରାଜଧାନୀରେ ଉତ୍ସବର ମାହୋଲ ଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି | ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରୁ ଜଣେ ଯୁବତୀ ଡେଇଁପଡ଼ିଛନ୍ତି | ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କେଉଁ ପରିସ୍ଥିତିରେ ଯୁବତୀ ଜଣକ ଡେଇଁପଡ଼ିଲେ ତାହାର କାରଣ ଅସ୍ପଷ୍ଟ ରହିଛି |

ପୁଲିସ ଏବେ ଘଟଣାର ଅନୁସନ୍ଧାନ କରୁଛି | ଯୁବତୀ ଜଣକ ସେଲ୍ଫି ଉଠାଉଥିବାବେଳେ ପଡିଗଲେ ନା ଜାଣିଶୁଣି ଡେଇଁପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ | ତେବେ ଓଭରବ୍ରିଜ ଉପରେ ଯୁବତୀଙ୍କ ଗାଡି ଥୁଆ ହୋଇଥିବାବେଳେ ସେ ଗାଡି ରଖି ଡେଇଁପଡ଼ିଥିବାର କୁହାଯାଉଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe