ସାଧ୍ୱୀଙ୍କୁ ଈଶ୍ୱର ସାହା! ବିବାଦୀୟ ମନ୍ତବ୍ୟ ପାଇଁ ନିଜ ଦଳରୁ ବି ମିଳୁନି ସମର୍ଥନ

Advertisment
ସାଧ୍ୱୀଙ୍କୁ ଈଶ୍ୱର ସାହା! ବିବାଦୀୟ ମନ୍ତବ୍ୟ ପାଇଁ ନିଜ ଦଳରୁ ବି ମିଳୁନି ସମର୍ଥନ

(Photo Credits: IANS)

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ତାଙ୍କ ନିଜ ଦଳରୁ ବି ସମର୍ଥନ ମିଳୁନାହିଁ। ଜାଣିବାକୁ ମିଳିଛି ଯେ ସାଧ୍ୱୀଙ୍କ ବିବାଦୀୟ ସାଂପ୍ରଦାୟିକ ଓ ସାମାଜିକ ବୟାନ ହେତୁ ବିଜେପିର ମୁସ୍‌ଲମାନ ନେତ୍ରୀ ଫତିମା ରାସୋଲ୍‌ ସିଦ୍ଧିକ୍‌ ତାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ନାହିଁ ବୋଲି ସିଧା ମନା କରି ଦେଇଛନ୍ତି।

publive-image Times Now

ଫତିମା କହିଛନ୍ତି କି ‘ମୁଁ ଶିବରାଜ ଚୌହ୍ଵାନଙ୍କ ପାଇଁ ବିଜେପିରେ ଯୋଗ ଦେଇଥିଲି। ମାତ୍ର ସାଧ୍ୱୀଙ୍କ ବିବାଦୀୟ ସଂପ୍ରଦାୟିକ ମନ୍ତବ୍ୟ ମୁସ୍‌ଲମାନଙ୍କ ମଧ୍ୟରେ ଶିବରାଜ ଚୌହ୍ଵାନଙ୍କ ଭାବମୂର୍ତ୍ତିକୁ ନଷ୍ଟ କରୁଛି, ଯାହାଙ୍କର ମୁସ୍‌ଲମାନମାନଙ୍କ ସହ ଖୁବ୍‌ ଭଲ ସଂପର୍କ ରହିଛି। ୨୬/୧୧ ବିସ୍ଫୋରରରେ ସହିଦ ହୋଇଥିବା ପୂର୍ବତନ ଏଟିଏସ୍‌ ମୁଖ୍ୟ ହେମନ୍ତ କରକାରଙ୍କୁ ନେଇ ସାଧ୍ୱୀ ଦେଇଥିବା ବିଭ୍ରାନ୍ତକାରୀ ବୟାନ ମଧ୍ୟ ମୋତ ଦୁଃଖୀ କରାଇଛି।’

ଉଲ୍ଲେଖଯୋଗ୍ୟ, ଫତିମା ରାସୋଲ୍‌ ସିଦ୍ଧିକ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରାସୋଲ୍‌ ଅହମ୍ମଦ ସିଦ୍ଧିକଙ୍କ ଝିଅ। ଭୋପାଳରୁ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଲଢୁଥିବା ସାଧ୍ୱୀ ପୂର୍ବରୁ ଭିନ୍ନ ଭିନ୍ନ ବୟାନ ଦେଇ ବିବାଦୀୟ ହୋଇ ସାରିଛନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe