୧୧୯ ଖଣ୍ଡ ମୂଲ୍ୟବାନ କାଠ ଜବତ, ଜଣେ ଅଭିଯୁକ୍ତ ଗିରଫ

ସିଙ୍ଗାରାମ ଜଙ୍ଗଲ ଅଂଚଳରେ ଚଢ଼ାଉ କରାଯାଇ ୧୧୯ଖଣ୍ଡ ମୂଲ୍ୟବାନ କାଠ ଜବତ ସହିତ ଘଟଣା ସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ।

Untitled

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନବିଭାଗ ଦ୍ଵାରା ଗତକାଲି ଗଜୁଲମାମୁଡି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରାମ ଜଙ୍ଗଲ ଅଂଚଳରେ ଚଢ଼ାଉ କରାଯାଇ ୧୧୯ଖଣ୍ଡ ମୂଲ୍ୟବାନ କାଠ ଜବତ ସହିତ ଘଟଣା ସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ।

ମିଳିଥିବା ସୂଚନା ଅନୁଯାୟୀ, ଏକ ଗୁପ୍ତ ସୂଚନା ଆଧାରରେ ଗତକାଲି ଚିତ୍ରକୋଣ୍ଡା ବନବିଭାଗର ଏକ ଟିମ୍ ବୋଟ ଯୋଗେ ଗଜୁଲମାମୁଡି ପଞ୍ଚାୟତ ସିଙ୍ଗାରାମ ଜଙ୍ଗଲ ଅଂଚଳରେ ଚଢ଼ାଉ କରିଥିଲେ। ତୁମୁଲମାମୁଡି ଗ୍ରାମର କିଛି ଲୋକେ ସେଠାରେ କାଠପଟା କାଟୁଥିଲେ। ଦୂରରୁ ବନବିଭାଗର ଟିମକୁ ଦେଖି ପଟା କାଟୁଥିବା ଲୋକେ ସେଠାରୁ ଫେରାର ହୋଇଯାଇଥିବା ବେଳେ ବନବିଭାଗ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନାଧାର ଖିଲ ଗ୍ରାମ ବିଡ଼ିଗୁଡା। ତେବେ ଏହି ରାକେଟର ମୁଖ୍ୟ ଆସାମୀ ତୁମୁଲମାମୁଡିର ତ୍ରିନାଥ ହନ୍ତାଳ ଫେରାର ହୋଇଯାଇଥିଲା। 

ଚିତ୍ରକୋଣ୍ଡା ବନବିଭାଗର ଏକ ଟିମ୍ ବୋଟ ଯୋଗେ ଗଜୁଲମାମୁଡି ପଞ୍ଚାୟତ ସିଙ୍ଗାରାମ ଜଙ୍ଗଲ ଅଂଚଳରେ ଚଢ଼ାଉ କରିଥିଲେ। ତୁମୁଲମାମୁଡି ଗ୍ରାମର କିଛି ଲୋକେ ସେଠାରେ କାଠପଟା କାଟୁଥିଲେ। ଦୂରରୁ ବନବିଭାଗର ଟିମକୁ ଦେଖି ପଟା କାଟୁଥିବା ଲୋକେ ସେଠାରୁ ଫେରାର ହୋଇଯାଇଥିବା ବେଳେ ବନବିଭାଗ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନାଧାର ଖିଲ ଗ୍ରାମ ବିଡ଼ିଗୁଡା। ତେବେ ଏହି ରାକେଟର ମୁଖ୍ୟ ଆସାମୀ ତୁମୁଲମାମୁଡିର ତ୍ରିନାଥ ହନ୍ତାଳ ଫେରାର ହୋଇଯାଇଥିଲା। 

ଘଟଣାସ୍ଥଳରୁ ଶାଗୁଆନ ପଟା ୪୦ ଖଣ୍ଡ, ମୁଣ୍ଡି ପଟା ୪ଖଣ୍ଡ, ବିଜା ସ୍ଲିପର ୨୫ ଖଣ୍ଡ, ବିଜା ସାଇଜ ୩୦ ଖଣ୍ଡ, ମୁଣ୍ଡି ସାଇଜ ୨୦ ଖଣ୍ଡ ସମୁଦାୟ ୧୧୯ ଖଣ୍ଡ କାଠ ଜବତ କରାଯାଇଛି। ପଟା କଟାଯିବା ନିମନ୍ତେ ବ୍ୟବହୃତ ଏକ ଡଙ୍ଗାକୁ ଜବତ କରିଛି ବନ ବିଭାଗ। ସହ ସମୁଦାୟ କାଠର ସରକାରୀ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଚିତ୍ରକୋଣ୍ଡା ରେଞ୍ଜର ବଳରାମ ନାୟକ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା, ବନପାଳ ଯନ୍ତ୍ରୀ ସରୋଜ କୁମାର ଘଡେଇ, ଡଙ୍କରାଇ ବନପାଳ ହରି ହନ୍ତାଳ ଓ ବନରକ୍ଷୀ ସଞ୍ଜୟ କୁମାର ପରିଡ଼ା, ଶ୍ରୀମନ୍ତ ଗିରି, ସରୁ କୁଆସି, ସଂଗ୍ରାମ ବରାଳ  ସମସ୍ତ ପାରା ଓ ୱାଇଲ୍ଡଲାଇଫ୍ ସ୍କ୍ୱାଡ଼ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe