Advertisment

ନେଲୁଙ୍ଗ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ

Advertisment

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍‌ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ‌। କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି।

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍‌ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ‌। କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି।

wood

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍‌ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ‌। କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। ଏନେଇ ଗ୍ରାମବାସୀ ପଚାରିଲେ ବନ ବିଭାଗ ଅନୁମତି ଦେଇଥିବା କହୁଛନ୍ତି।

ଗତକାଲି ଜଙ୍ଗଲରେ କଛ କଟା ଚାଲିଥିବା ସମୟରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଭାଗୀୟ କର୍ମଚାରୀମାନେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି କାଠ ମାଫିଆମାନେ ଚମ୍ପଟ ମାରିଥିଲେ। ବନ ବିଭାଗ ଘଟଣାସ୍ଥଳରୁ ଗୋଟିଏ କଛକଟା ମେସିନ, ପେଟ୍ରୋଲ, ଡିଜେଲ, ଗୋଟିଏ କଟୁରି ଓ କାଠଗଣ୍ଡି ଜବତ କରିଛି। ଏହି ଚଢ଼ଉରେ ଫରେଷ୍ଟ ଗାର୍ଡ ସରୋଜ କୁମାର ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe