ନାଗରିକ ଦାୟିତ୍ୱ ତୁଲାଇଲେ ବିଶ୍ୱର କ୍ଷୁଦ୍ରତମ ମହିଳା, ଟେବୁଲ୍‌ ଉପରେ ଠିଆ ହୋଇ ଇଭିଏମ୍‌ ଟିପିଲେ ଜ୍ୟୋତି

Advertisment
ନାଗରିକ ଦାୟିତ୍ୱ ତୁଲାଇଲେ ବିଶ୍ୱର କ୍ଷୁଦ୍ରତମ ମହିଳା, ଟେବୁଲ୍‌ ଉପରେ ଠିଆ ହୋଇ ଇଭିଏମ୍‌ ଟିପିଲେ ଜ୍ୟୋତି

ନାଗପୁର: ପ୍ରତ୍ୟେକ ଭୋଟ୍‌ର ମୂଲ୍ୟ ସମାନ। ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ନାଗପୁରଠାରେ ଭୋଟ୍‌ ଦେବାକୁ ପହଞ୍ଚିଛନ୍ତି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମହିଳା। ମହିଳା ଜଣକ ବୟସ ଦୃଷ୍ଟିରୁ ଭୋଟ୍‌ ଦେବାକୁ ଯୋଗ୍ୟା। ତାଙ୍କର ଉଚ୍ଚତା ୨ ଫୁଟ୍‌ ୦.୬ ଇଞ୍ଚ୍‌ ହୋଇଥିବାରୁ ସେ ଉଚ୍ଚତା ଦୃଷ୍ଟିରୁ ବିଶ୍ୱରେ ସବୁଠାରୁ ସାନ। ଲୋକସଭା ନିର୍ବାଚନରେ ଏହି କ୍ଷୁଦ୍ର ମହିଳା ଜ୍ୟୋତି ଆମେଜ୍‌ଙ୍କ ଅଂଶୀଦାରିତା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ଜ୍ୟୋତିଙ୍କ ବୟସ ୨୫ ବର୍ଷ। ଜ୍ୟୋତିଙ୍କ ସହ ତାଙ୍କ ବାପା, ମାଆ ଓ ଅନ୍ୟ ପରିବାର ସଦସ୍ୟ ବି ମତାଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲେ। ଜ୍ୟୋତି ମତଦାନ କେନ୍ଦ୍ରରେ ଏକ ବେଞ୍ଚ୍‌ ଉପରେ ଛିଡ଼ା ହୋଇ ହସୁଥିବା ବେଳର ଏକ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଜ୍ୟୋତି ଆମେଜ୍‌ଙ୍କ ଘର ନାଗପୁର ସହରରେ। ଜ୍ୟୋତି ହେଉଛନ୍ତି ଜଣେ ସେଲିବ୍ରେଟି ଫିଗର୍‌। ପୂର୍ବରୁ ତାଙ୍କୁ ଲୋକେ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘ବଡି ସକ୍‌’ରେ ଦେଖିବାକୁ ମିଳିଥିଲେ। ତାଙ୍କର ୧୮ତମ ଜନ୍ମଦିବସରେ ଜ୍ୟୋତିଙ୍କୁ ୨୦୦୯ ମସିହାରେ ଗିଜିନ୍‌ ରେକର୍ଡ ବୁକ୍‌ରେ ବିଶ୍ୱର କ୍ଷୁଦ୍ରତମ ମହିଳାର ପରିଚୟ ମିଳିଥିଲା। ସେ ଦେଶର ସବୁଠାରୁ ବଡ଼ ରିୟଲିଟି ସୋ’ ‘ବିଗ୍‌ ବସ୍‌’ରେ ଅତିଥି ଚେହେରା ଭାବେ ଦେଖିବାକୁ ମିଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe