ରେଲୱେ କ୍ରସିଂ ଉପରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ

ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ କ୍ଷତବିକ୍ଷତ ମୃତଦେହ। ବଡ଼ ଭାଇଙ୍କ ଗାଡ଼ି ନେଇ ଆସିଥିବାରୁ ସନ୍ଦେହ କରାଯାଉଥିଲା ଯେ, ବ୍ଲଗର ମୃତ I ହେଲେ ବ୍ଲଗର ସନ୍ଦୀପ ଦାସ ନୁହେଁ ବରଂ ତାଙ୍କ ଭାଇ ସନ୍ଦେଶଙ୍କର ମୃତ୍ୟୁ ହୋଇଛି I

New Project (8)

ଭୁବନେଶ୍ବର: ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ କ୍ଷତବିକ୍ଷତ ମୃତଦେହ। ଟ୍ରେନରେ କଟିବା ପରେ ଚିହ୍ନିବା କଷ୍ଟକର ହୋଇଥିଲା I ବଡ଼ ଭାଇର ଗାଡ଼ି ନେଇ ଆସିଥିବାରୁ ସନ୍ଦେହ କରାଯାଉଥିଲା ଯେ, ବ୍ଲଗର ମୃତ I ହେଲେ ବ୍ଲଗର ସନ୍ଦୀପ ଦାସ ନୁହେଁ ବରଂ ତାଙ୍କ ଭାଇ ସନ୍ଦେଶଙ୍କର ମୃତ୍ୟୁ ହୋଇଛିI

ବାଇକ ରାଇଡିଂକୁ ନିଜ ନିଶା ବନାଇଥିବା ସନ୍ଦୀପ କୁମାରଙ୍କ ଦାସ ସାନ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଆତ୍ମହତ୍ୟା ନେଇ ସନ୍ଦେହ କରୁଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେପଟେ ଇନ୍ଷ୍ଟା‌ଗ୍ରାମରେ ଭିଡିଓ ବନାଇ ଲୋକଙ୍କ ମନୋରଞ୍ଜନ କରୁଥିବା ସନ୍ଦୀପଙ୍କ ସାନଭାଇଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ।

ବାଇକ ରାଇଡିଂକୁ ନିଜ ନିଶା ବନାଇଥିବା ସନ୍ଦୀପ କୁମାରଙ୍କ ଦାସ ସାନ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଆତ୍ମହତ୍ୟା ନେଇ ସନ୍ଦେହ କରୁଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେପଟେ ଇନ୍ଷ୍ଟା‌ଗ୍ରାମରେ ଭିଡିଓ ବନାଇ ଲୋକଙ୍କ ମନୋରଞ୍ଜନ କରୁଥିବା ସନ୍ଦୀପଙ୍କ ସାନଭାଇଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ। ପାରିବାରିକ ଝଗଡ଼ା ନା ଆର୍ଥିକ ସମସ୍ୟା କିମ୍ବା ପ୍ରେମରେ ଧୋକା ? ଏସବୁକୁ ନେଇ ଚାଲିଛି ଖୋଳତାଡ଼ । ସନ୍ଦେଶ କରିଥିବା ଶେଷ କଲକୁ ମଧ୍ୟ ଯାଞ୍ଚ କରୁଛି ପୁଲିସ । କିନ୍ତୁ ସନ୍ଦୀପଙ୍କ ବାଇକକୁ ବ୍ୟବହାର କରୁଥିବାରୁ ପ୍ରଥମେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିଲା ପୋଲିସ । କିନ୍ତୁ ସନ୍ଦୀପ ନୁହେଁ, ବରଂ ତାଙ୍କ ସାନ ଭାଇ ସନ୍ଦେଶଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe