WPL Final : ଡବ୍‌ଲ୍ୟୁପିଏଲ୍‌ ଫାଇନାଲ୍‌ ଗୁରୁବାର : ପ୍ରଥମ ଟ୍ରଫି ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍‌ସ

Advertisment

ଡବ୍‌ଲ୍ୟୁପିଏଲ୍‌ର ଫାଇନାଲ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମୁହାଁମୁହିଁ ହେବେ। ଦିଲ୍ଲୀ ପ୍ରଥମ ଓ ଆର୍‌ସିବି ଦ୍ବିତୀୟ ଥର ବିଜେତା ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହା ପୂର୍ବରୁ ଆର୍‌ସିବି ୨୦୨୪ ମସିହାରେ ବିଜେତା ହେବାର ଗୌରବ ଅର୍ଜନ କରିସାରିଛି।

ଡବ୍‌ଲ୍ୟୁପିଏଲ୍‌ର ଫାଇନାଲ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମୁହାଁମୁହିଁ ହେବେ। ଦିଲ୍ଲୀ ପ୍ରଥମ ଓ ଆର୍‌ସିବି ଦ୍ବିତୀୟ ଥର ବିଜେତା ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହା ପୂର୍ବରୁ ଆର୍‌ସିବି ୨୦୨୪ ମସିହାରେ ବିଜେତା ହେବାର ଗୌରବ ଅର୍ଜନ କରିସାରିଛି।

WPL

ବଡ଼ୋଦରା : ଡବ୍‌ଲ୍ୟୁପିଏଲ୍‌ର ଫାଇନାଲ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମୁହାଁମୁହିଁ ହେବେ। ଦିଲ୍ଲୀ ପ୍ରଥମ ଓ ଆର୍‌ସିବି ଦ୍ବିତୀୟ ଥର ବିଜେତା ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହା ପୂର୍ବରୁ ଆର୍‌ସିବି ୨୦୨୪ ମସିହାରେ ବିଜେତା ହେବାର ଗୌରବ ଅର୍ଜନ କରିସାରିଛି।

ଗତ ତିନିଟି ଯାକ ସଂସ୍କରଣ ଅର୍ଥାତ୍ ୨୦୨୩, ୨୦୨୪ ଓ ୨୦୨୫ରେ ଉପବିଜତୋ ହୋଇଥିବା ଦିଲ୍ଲୀ କିନ୍ତୁ ଏଥର ଶେଷ ହିଡ଼ ଡେଇଁବା ଆଶାରେ ଅଛି। ଏହି ପ୍ରତୀକ୍ଷିତ ମ୍ୟାଚ୍‌ ରାତି ୭ଟା ୩୦ରୁ ଆରମ୍ଭ ହେବ। ଚଳିତବର୍ଷର ଲିଗ୍‌ରେ ଆର୍‌ସିବି ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହି ସିଧାସଳଖ ଫାଇନାଲ୍‌ ଟିକେଟ ହାସଲ କରିଥିଲା। 

ଆହୁରି ପଢନ୍ତୁ:Turkey Flight emergency landing : କୋଲକାତାରେ ତୁର୍କୀ ଏୟାରଲାଇନ୍ସ ବିମାନର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ୨୩୬ ଯାତ୍ରୀ

ଅନ୍ୟପକ୍ଷରେ ଦିଲ୍ଲୀ ଏଲିମିନେଟର୍‌ ମୁକାବିଲାରେ ଗୁଜରାଟ ଜାଏଣ୍ଟ୍‌ସକୁ ୭ ୱିକେଟ୍‌ରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛି। ଦିଲ୍ଲୀ ବିଜୟରେ ଅଧିନାୟିକା ଜେମିମା ରଡ୍ରିଗ୍ସ ପ୍ରମୁଖ ଭୂୂମିକା ଗ୍ରହଣ କରିଥିଲେ। ଗୁରୁବାର ମଧ୍ୟ ତାଙ୍କଠାରୁ ଦିଲ୍ଲୀ ଏକ ବଡ଼ ପାଳି ଆଶାରେ ରହିବ।

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମ୍ୟାଚ୍‌ରୁ ତିନିିଟି ଜିତି ଆର୍‌ସିବି କିନ୍ତୁ ଆଗୁଆ ରହିଛି। ଏହି ଦଳରେ ଅଧିନାୟିକା ସ୍ମୃତି ମନ୍ଧାନା ଓ ରିଚା ଘୋଷଙ୍କ ଭଳି ଖେଳାଳି ମଧ୍ୟ ଅଛନ୍ତି। ମନ୍ଧାନା ଓ ଜେମିମା ପରସ୍ପରର ଭଲ ବନ୍ଧୁ। ଗୁରୁବାର କିନ୍ତୁ କେହି କାହାରିକୁ ସହଜରେ ବାଟ ଛାଡ଼ିବେନି ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe