ମୁଖ୍ୟମନ୍ତ୍ରୀଙ୍କ ସଚିବ ପରିଚୟରେ ଟଙ୍କା ମାଗି ବନ୍ଧା ହେଲେ ଯୁବକ

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପରିଚୟ ଦେଇ ରାଉରକେଲା ଖଣି ଉପନିର୍ଦେଶକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ପୁରୁଣାପଡ଼ା ଗ୍ରାମର ମୂଳନିବାସୀ ତଥା ଭୁବନେଶ୍ବର ସଂକଳ୍ପବିହାରର ଅମନ ପ୍ରଧାନ(୨୪)।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପରିଚୟ ଦେଇ ରାଉରକେଲା ଖଣି ଉପନିର୍ଦେଶକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ପୁରୁଣାପଡ଼ା ଗ୍ରାମର ମୂଳନିବାସୀ ତଥା ଭୁବନେଶ୍ବର ସଂକଳ୍ପବିହାରର ଅମନ ପ୍ରଧାନ(୨୪)।

arrest

ରାଉରାକେଲା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପରିଚୟ ଦେଇ ରାଉରକେଲା ଖଣି ଉପନିର୍ଦେଶକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ପୁରୁଣାପଡ଼ା ଗ୍ରାମର ମୂଳନିବାସୀ ତଥା ଭୁବନେଶ୍ବର ସଂକଳ୍ପବିହାରର ଅମନ ପ୍ରଧାନ(୨୪)। ପୁଲିସ ତାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।

ଏପ୍ରିଲ ୨୨ ତାରିଖରେ ରାଉରକେଲା ଖଣି ଉପନିର୍ଦେଶକ ବିମ୍ବାଧର ସେଠୀଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଯୁବକ ଜଣକ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁ ପରିଚୟ ଦେଇଥିଲା। ଆପଣ ଆମର କିଛି ସେବା କରନ୍ତୁ ବୋଲି ବିମ୍ବାଧରଙ୍କୁ କହିଥିଲା। କେଉଁ ପ୍ରକାର ସେବା ବୋଲି ଶ୍ରୀ ସେଠୀ ତାଙ୍କୁ ପଚାରିଥିଲେ। ଯୁବକ ଜଣକ ଖଣି ଉପନିର୍ଦେଶକଙ୍କୁ ସିଧାସଳଖ ଟଙ୍କା ମାଗିଥିଲା। ଏହା ଶୁଣି ବିମ୍ବାଧର କଲ୍‌ କାଟି ଦେଇଥି​ଲେ। ଯୁବକ ଜଣ ୨୩ ତାରିଖରେ ପୁଣି ଥରେ କଲ୍‌ କରି ଟଙ୍କା ମାଗିବା ପରେ ଖଣି ଉପନିର୍ଦେଶକ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ରାଉରକେଲା ସାଇବର ଥାନା ସହଯୋଗରେ ଯୁବକଙ୍କୁ ଟ୍ରାକ୍‌ କରି ଲୋକେସନ୍‌ ପାଇଥିଲେ। ​ସେ ଭୁବନେଶ୍ବରରେ ଥିବା ଜଣାପଡ଼ିବା ପରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ସହଯୋଗରେ ଯୁବକଙ୍କୁ ଉଠାଇ ଅଣାଯାଇଥିଲା। ସେ ଟଙ୍କା ଲୋଭରେ କରିଥିଲେ ବୋଲି ପୁଲିସକୁ କହିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ବିଏନ୍‌ଏସ୍‌ ୩୫୧(୪), ୩୦୮(୨), ୨୪୨ ଏବଂ ଆଇଟି ଧାରା ୬୬(ଡି​)ରେ କୋର୍ଟଚାଲାଣ କରିଛି।

ସୂଚନାନୁଯାୟୀ, ଏପ୍ରିଲ ୨୨ ତାରିଖରେ ରାଉରକେଲା ଖଣି ଉପନିର୍ଦେଶକ ବିମ୍ବାଧର ସେଠୀଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଯୁବକ ଜଣକ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁ ପରିଚୟ ଦେଇଥିଲା। ଆପଣ ଆମର କିଛି ସେବା କରନ୍ତୁ ବୋଲି ବିମ୍ବାଧରଙ୍କୁ କହିଥିଲା। କେଉଁ ପ୍ରକାର ସେବା ବୋଲି ଶ୍ରୀ ସେଠୀ ତାଙ୍କୁ ପଚାରିଥିଲେ। ଯୁବକ ଜଣକ ଖଣି ଉପନିର୍ଦେଶକଙ୍କୁ ସିଧାସଳଖ ଟଙ୍କା ମାଗିଥିଲା। ଏହା ଶୁଣି ବିମ୍ବାଧର କଲ୍‌ କାଟି ଦେଇଥି​ଲେ। ଯୁବକ ଜଣ ୨୩ ତାରିଖରେ ପୁଣି ଥରେ କଲ୍‌ କରି ଟଙ୍କା ମାଗିବା ପରେ ଖଣି ଉପନିର୍ଦେଶକ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ରାଉରକେଲା ସାଇବର ଥାନା ସହଯୋଗରେ ଯୁବକଙ୍କୁ ଟ୍ରାକ୍‌ କରି ଲୋକେସନ୍‌ ପାଇଥିଲେ। ​ସେ ଭୁବନେଶ୍ବରରେ ଥିବା ଜଣାପଡ଼ିବା ପରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ସହଯୋଗରେ ଯୁବକଙ୍କୁ ଉଠାଇ ଅଣାଯାଇଥିଲା। ସେ ଟଙ୍କା ଲୋଭରେ କରିଥିଲେ ବୋଲି ପୁଲିସକୁ କହିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ବିଏନ୍‌ଏସ୍‌ ୩୫୧(୪), ୩୦୮(୨), ୨୪୨ ଏବଂ ଆଇଟି ଧାରା ୬୬(ଡି​)ରେ କୋର୍ଟଚାଲାଣ କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe