ମଦ ନେବାକୁ ଝାଡ଼ଖଣ୍ଡରୁ ଆସିଥିଲେ, ବନ୍ଧାହୋଇ ଜେଲ୍‌ ଗଲେ

ପଡ଼ୋଶୀ ରାଜ୍ୟରୁ ରାଉରକେଲାକୁ ମଦ କିଣିବାକୁ ଆସିଥିବା ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍‌ ପୁଲିସ। ଗିରଫ ଯୁବକ ହେଲେ ମନୋହରପୁରର ରାହୁଲ ରଜାକ୍‌(୩୩)। ତାଙ୍କ ଠାରୁ ପ୍ରାୟ ୪୦ ଲିଟର ବିଦେଶୀ ମଦ ଜବତ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

arrest

Photograph: (Van Severen Law Office)

ରାଉରକେଲା: ପଡ଼ୋଶୀ ରାଜ୍ୟରୁ ରାଉରକେଲାକୁ ମଦ କିଣିବାକୁ ଆସିଥିବା ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍‌ ପୁଲିସ। ଗିରଫ ଯୁବକ ହେଲେ ମନୋହରପୁରର ରାହୁଲ ରଜାକ୍‌(୩୩)। ତାଙ୍କ ଠାରୁ ପ୍ରାୟ ୪୦ ଲିଟର ବିଦେଶୀ ମଦ ଜବତ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ରାହୁଲ ଶନିବାର ସକାଳେ ଏକ ବାଇକ୍‌(ଜେଏଚ୍‌-୨୦ସି-୪୦୪୪) ଧରି ରାଉରକେଲା ପହଞ୍ଚିଥିଲେ। ସହରର ବିଭିନ୍ନ ଦୋକାନରୁ ମଦ କିଣିବା ପରେ ବିଶ୍ରା ଛକ ଦେଇ ମନୋହରପୁର ଯିବାକୁ ବାହାରିଥିଲେ। ଦିନ ପ୍ରାୟ ସାଢ଼େ ୧ଟାବେଳେ ବନ୍ଧମୁଣ୍ଡା ଆଡ଼କୁ ଯିବାବେଳେ ପ୍ଲାଣ୍ଟସାଇଟ୍‌ ପୁଲିସ ବିଶ୍ରା ଛକ ନିକଟରେ ଥିବା ଆଡ୍‌ ପୋଷ୍ଟ ପାଖରେ ତାକୁ କାବୁ କରିଥିଲା। ଖାନତଲାସି କରିବାରୁ ୩୯ ଲିଟର ୬୦୦ ମିଲିଲିଟର ବିଦେଶୀ ମଦ ଜବତ ହୋଇଥିଲା। ପୁଲିସ ଅଭିଯୁକ୍ତର ଗାଡ଼ିକୁ ମଧ୍ୟ ଜବତ କରିଥିଲା। ବିଦେଶୀ ମଦ ଚାଲାଣ ଅଭିଯୋଗରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 ସୂଚନାନୁଯାୟୀ, ରାହୁଲ ଶନିବାର ସକାଳେ ଏକ ବାଇକ୍‌(ଜେଏଚ୍‌-୨୦ସି-୪୦୪୪) ଧରି ରାଉରକେଲା ପହଞ୍ଚିଥିଲେ। ସହରର ବିଭିନ୍ନ ଦୋକାନରୁ ମଦ କିଣିବା ପରେ ବିଶ୍ରା ଛକ ଦେଇ ମନୋହରପୁର ଯିବାକୁ ବାହାରିଥିଲେ। ଦିନ ପ୍ରାୟ ସାଢ଼େ ୧ଟାବେଳେ ବନ୍ଧମୁଣ୍ଡା ଆଡ଼କୁ ଯିବାବେଳେ ପ୍ଲାଣ୍ଟସାଇଟ୍‌ ପୁଲିସ ବିଶ୍ରା ଛକ ନିକଟରେ ଥିବା ଆଡ୍‌ ପୋଷ୍ଟ ପାଖରେ ତାକୁ କାବୁ କରିଥିଲା। ଖାନତଲାସି କରିବାରୁ ୩୯ ଲିଟର ୬୦୦ ମିଲିଲିଟର ବିଦେଶୀ ମଦ ଜବତ ହୋଇଥିଲା। ପୁଲିସ ଅଭିଯୁକ୍ତର ଗାଡ଼ିକୁ ମଧ୍ୟ ଜବତ କରିଥିଲା। ବିଦେଶୀ ମଦ ଚାଲାଣ ଅଭିଯୋଗରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe