କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment

କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଭାବନୀୟ ଘଟଣାl ଜାଗାବାଡ଼ି ବିବାଦକୁ ନେଇ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ l ଯୁବକ ଜଣକ କାମାକ୍ଷାନଗର ଥାନା କାନପୁରା ଗ୍ରାମର ପ୍ରଭାତ ରାଉତ ବୋଲି ଜଣାପଡିଛି l

କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଭାବନୀୟ ଘଟଣାl ଜାଗାବାଡ଼ି ବିବାଦକୁ ନେଇ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ l ଯୁବକ ଜଣକ କାମାକ୍ଷାନଗର ଥାନା କାନପୁରା ଗ୍ରାମର ପ୍ରଭାତ ରାଉତ ବୋଲି ଜଣାପଡିଛି l

ୁୂ

କାମାକ୍ଷାନଗର: କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଭାବନୀୟ ଘଟଣାl ଜାଗାବାଡ଼ି ବିବାଦକୁ ନେଇ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ l ଯୁବକ ଜଣକ କାମାକ୍ଷାନଗର ଥାନା କାନପୁରା ଗ୍ରାମର ପ୍ରଭାତ ରାଉତ ବୋଲି ଜଣାପଡିଛି l

ସୂଚନା ଅନୁସାରେ ଆଜି ସକାଳ ସମୟରେ ପ୍ରଭାତ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଫାଟକ ନିକଟରେ ଏକ ଦଉଡି ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେl ପ୍ରଭାତ ଙ୍କ କହିବାନୁସାରେ କାନପୁରା ଗ୍ରାମରେ ଥିବା ଏକ ଜାଗାକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲ କରି ଆସୁଅଛି l ଏହାକୁ ନେଇ ପ୍ରଭାତ କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଆସିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା l

 ଆଜି ସେହି ଜାଗାକୁ ଆରଆଇ, ଅମିନ ଯାଇ ଚିହ୍ନଟ କରିବାର ଥିବାବେଳେ ଏହି ଖବର ଶୁଣି ପ୍ରଭାତ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ଏହି ଘଟଣାକୁ ନେଇ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଲୋକାରଣ୍ୟ ହୋଇଥିବା ବେଳେ ଖବର ପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଭାତଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe