ଜମିବାଡି ବିବାଦକୁ ନେଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

Advertisment

ଜମିବାଡି ବିବାଦକୁ ନେଇ ଦେହରେ ନିଆଁ ଲଗାଇ ପ୍ରତିବାଦ କଲେ ଯୁବକ। ଘରୋଇ ଜମିରେ ରାସ୍ତା ନିର୍ମାଣକୁ ନେଇ ପୂର୍ବରୁ ପ୍ରତିବାଦ କରୁଥିଲେ ଋଷିଚନ୍ଦ୍ର। କେହି ତାଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ।

Updated On

ଜମିବାଡି ବିବାଦକୁ ନେଇ ଦେହରେ ନିଆଁ ଲଗାଇ ପ୍ରତିବାଦ କଲେ ଯୁବକ। ଘରୋଇ ଜମିରେ ରାସ୍ତା ନିର୍ମାଣକୁ ନେଇ ପୂର୍ବରୁ ପ୍ରତିବାଦ କରୁଥିଲେ ଋଷିଚନ୍ଦ୍ର। କେହି ତାଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ।

ଅଦ୍ୟତନ ହୋଇଛି
nilagiri9

ନୀଳଗିରି: ଜମିବାଡି ବିବାଦକୁ ନେଇ ଦେହରେ ନିଆଁ ଲଗାଇ ପ୍ରତିବାଦ କଲେ ଯୁବକ। ଘରୋଇ ଜମିରେ ରାସ୍ତା ନିର୍ମାଣକୁ ନେଇ ପୂର୍ବରୁ ପ୍ରତିବାଦ କରୁଥିଲେ ଋଷିଚନ୍ଦ୍ର। କେହି ତାଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ। ଥାନା ଗଲେ ଜୀବନ ଯିବ ବୋଲି ମଧ୍ୟ ମିଳୁଥିଲା ଧମକ। ଜିଲ୍ଲା ପରିଷଦ ପାଣ୍ଠିରୁ ଗାଁ ଲୋକଙ୍କ ଦ୍ୱାରା ଗାଁରେ ନିର୍ମାଣ ହେଉଥିବା କଂକ୍ରିଟ ରାସ୍ତାରେ ନିଜ ଜମି ଥିବା ଅଭିଯୋଗ କରି ବିରୋଧ କରୁଥିଲେ ଋଷିଚନ୍ଦ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରହମପୁର ଥାନା ଅଧୀନ ଗରଡ଼ିହି ପଂଚାୟତ କଦମ୍ବଗଡି ଗ୍ରାମରେ। 

ଯୁବକ ଋଷି ଜେନାଙ୍କ ନିଜ ଘରୋଇ ଜମିରେ ଜିଲ୍ଲା ପରିଷଦ ପାଣ୍ଠିରୁ ରାସ୍ତା ନିର୍ମାଣ ହେଉଥିବାରୁ ସେ ପ୍ରତିବାଦ କରିଥିଲେ। ଥାନାର ଦ୍ବାରସ୍ଥ ହେବେ ବୋଲି କହିବାରୁ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏହି ସମୟରେ ଭଉଣୀ କ୍ଷୀରମଣି ଜେନା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସ୍ତ୍ରୀ ଆରତୀ ଜେନା ନ୍ୟାୟ ଭିକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe