ପ୍ରେମିକାଙ୍କୁ ଭେଟିବାକୁ ଯିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ଲୁହାରଡରେ ମାଡ଼ ଖାଇବା ସହିତ ପିଇବାକୁ ପଡ଼ିଲା ପରିଶ୍ରା

ପ୍ରେମିକାଙ୍କୁ ଭେଟିବାକୁ ଯିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ଲୁହାରଡରେ ମାଡ଼ ଖାଇବା ସହିତ ପିଇବାକୁ ପଡ଼ିଲା ପରିଶ୍ରା

https://www.aajtak.in/

ନୂଆଦିଲ୍ଲୀ:  କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକଙ୍କୁ ଲୁହାରଡ଼ରେ ମାଡ଼ ମରା ଯାଉଥିବା ଦେଖିବାକୁ ମିଳୁଛି। ଏଥିସହିତ ଏକ ପାଣିନୋଟାରେ ତାଙ୍କୁ ପରିଶ୍ରା ପିଆଯାଉଛି। କୁହାଯାଉଛି କି ଏହି ଯୁବକ ଜଣକ ନିଜ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ। ଏଥିରେ ଯୁବତୀଙ୍କ ପରିବାରଲୋକ କ୍ରୋଧାନ୍ବିତ ହୋଇ ଏଭଳି ପଦକ୍ଷେପ ନେଇଥିଲେ।

ଏହି ଭିଡିଓଟି ପାଖାପାଖି ୧୫ଦିନ ତଳର ବୋଲି କୁହାଯାଉଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ପୀଡିତଙ୍କୁ ଡକାଇ ମାମଲା ରୁଜୁ କରିଛି। ପୀଡିତ ପାଖାପାଖି ୪ଜଣ ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

पुलिस ने पीड़ित को बुलाकर रिपोर्ट दर्ज करवाई है.

ସ୍ଥାନୀୟ ଥାନା ଅଧିକାରୀଙ୍କ କହିବାନୁସାରେ, ଗତ ଦୁଇଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକଙ୍କୁ ମାଡ଼ ମରାଯିବା ସହିତ କିଛି ପିଆଯାଉଥିବା ଦେଖିବାକୁ ମିଳୁଛି। ଯାଞ୍ଚରୁ ଜଣାପଡ଼ିଛି କି ଭିଡିଓରେ ଦେଖିବାକୁ ମିଳୁଥିବା ଯୁବକ ଜଣେ ଡ୍ରାଇଭର ଭାବେ କାମ କରନ୍ତି। ସେ ବାଡମେର ଜିଲ୍ଲା ସିଣଧରୀ ଥାନା ଅଞ୍ଚଳରେ ବସବାସ କରନ୍ତି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣଙ୍କ ନାମ ଜଣାପଡ଼ିଛି। ଏହି ଦୁଇଜଣଙ୍କ ନାମ ହିରାରାମ ଓ ଜୋଗାରାମ ବୋଲି ଜଣାପଡ଼ିଛି। ତେବେ ଏହି ଭିଡିଓଟି ସିଣଧରୀ ଥାନା ଅଞ୍ଚଳସ୍ଥ କୋଲୁ ଗ୍ରାମର ବୋଲି କୁହାଯାଉଛି। ପୁଲିସ ମାମଲାର ଯାଞ୍ଚ କରୁଛି। ଯିଏବି ଏଥିରେ ଦୋଷୀ ସାବ୍ୟସ୍ତ ହେବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe