ବାଇକ୍‌ରୁ ପଡ଼ି ଯୁବକ ମୃତ

Advertisment

ବଣାଇ ଥାନା ଅନ୍ତର୍ଗତ କେନଭେଟା-ତଳିତା ପୂର୍ତ୍ତରାସ୍ତାର କୁରଡ଼ାହୁଡ଼ି ନିକଟରେ ବାଇକ୍‌ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଗୋଗୁଆ ଗ୍ରାମର ଗୁଲବଦନ ସାହୁ(୪୨)।

ବଣାଇ ଥାନା ଅନ୍ତର୍ଗତ କେନଭେଟା-ତଳିତା ପୂର୍ତ୍ତରାସ୍ତାର କୁରଡ଼ାହୁଡ଼ି ନିକଟରେ ବାଇକ୍‌ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଗୋଗୁଆ ଗ୍ରାମର ଗୁଲବଦନ ସାହୁ(୪୨)।

bn

ବଣାଇଗଡ଼: ବଣାଇ ଥାନା ଅନ୍ତର୍ଗତ କେନଭେଟା-ତଳିତା ପୂର୍ତ୍ତରାସ୍ତାର କୁରଡ଼ାହୁଡ଼ି ନିକଟରେ ବାଇକ୍‌ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ, ଗତକାଲି ଦିନ ୧ଟା ପାଖାପାଖି ଗୋଗୁଆ ଗ୍ରାମର ଗୁଲବଦନ ସାହୁ(୪୨) ଏକ ବାଇକ୍‌ ଯୋଗେ କେନାଭେଟା ଯାଇ ସେଠାରୁ ଫେରୁଥିବାବେଳେ କୁରଡ଼ାହୁଡ଼ି ରାସ୍ତା ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ପଡ଼ି ଯାଇଥିଲା। ଫଳରେ ଗୁଲବଦନ ଛିଟିକି ପଡି ଗୁରୁତର ହୋଇଥିଲେ।

ଗୋଗୁଆ ଗ୍ରାମର ଗୁଲବଦନ ସାହୁ(୪୨) ଏକ ବାଇକ୍‌ ଯୋଗେ କେନାଭେଟା ଯାଇ ସେଠାରୁ ଫେରୁଥିବାବେଳେ କୁରଡ଼ାହୁଡ଼ି ରାସ୍ତା ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ପଡ଼ି ଯାଇଥିଲା। ଫଳରେ ଗୁଲବଦନ ଛିଟିକି ପଡି ଗୁରୁତର ହୋଇଥିଲେ।ସେଠାକାର ସ୍ଥାନୀୟଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଘରଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 ସେଠାକାର ସ୍ଥାନୀୟଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଘରଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଣାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତକରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ କରୁଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe