ଟ୍ରେନ୍‌ରେ ଚଢ଼ିବା ସମୟରେ ଖସିପଡ଼ିଲେ ଯୁବକ, ଚାଲିଗଲା ଜୀବନ

Advertisment

ରାଜଗାଙ୍ଗପୁର ରେଳଷ୍ଟେସନ ପ୍ଲାଟ୍‌ଫାର୍ମ ଟ୍ରେନ୍‌ରେ ଚଢ଼ିବା ସମୟରେ ଟ୍ରେନ୍‌ତଳକୁ ଖସି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ସୁନ୍ଦରଗଡ଼ ସହରର ୩୭ ବର୍ଷୀୟ ଅମରେନ୍ଦ୍ର କୁମାର ସାହୁ ହୋଇଥିବାବେଳେ ତାଙ୍କ ଶ୍ବଶୁରଘର ରାଜଗାଙ୍ଗପୁର କୁମ୍ଭାରପଡ଼ାରେ ବୋଲି ଜଣାପଡ଼ିଛି।

ରାଜଗାଙ୍ଗପୁର ରେଳଷ୍ଟେସନ ପ୍ଲାଟ୍‌ଫାର୍ମ ଟ୍ରେନ୍‌ରେ ଚଢ଼ିବା ସମୟରେ ଟ୍ରେନ୍‌ତଳକୁ ଖସି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ସୁନ୍ଦରଗଡ଼ ସହରର ୩୭ ବର୍ଷୀୟ ଅମରେନ୍ଦ୍ର କୁମାର ସାହୁ ହୋଇଥିବାବେଳେ ତାଙ୍କ ଶ୍ବଶୁରଘର ରାଜଗାଙ୍ଗପୁର କୁମ୍ଭାରପଡ଼ାରେ ବୋଲି ଜଣାପଡ଼ିଛି।

Dead

ରାଜଗାଙ୍ଗପୁର: ରାଜଗାଙ୍ଗପୁର ରେଳଷ୍ଟେସନ ପ୍ଲାଟ୍‌ଫାର୍ମ ଟ୍ରେନ୍‌ରେ ଚଢ଼ିବା ସମୟରେ ଟ୍ରେନ୍‌ତଳକୁ ଖସି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ସୁନ୍ଦରଗଡ଼ ସହରର ୩୭ ବର୍ଷୀୟ ଅମରେନ୍ଦ୍ର କୁମାର ସାହୁ ହୋଇଥିବାବେଳେ ତାଙ୍କ ଶ୍ବଶୁରଘର ରାଜଗାଙ୍ଗପୁର କୁମ୍ଭାରପଡ଼ାରେ ବୋଲି ଜଣାପଡ଼ିଛି।

ଏକ ବିବାହ ଉତ୍ସବରେ ଯୋଗଦେବାକୁ ଅମରେନ୍ଦ୍ର ଇସ୍ପାତ ଏକ୍ସପ୍ରେସ ଟ୍ରେନ୍‌ ଧରିବା ପାଇଁ ରାଜଗାଙ୍ଗପୁର ରେଳଷ୍ଟେସନ ବାହାରିଥିଲେ। ସାଢ଼େ ୧୧ଟାରେ ଷ୍ଟେସନରେ ପହଞ୍ଚିବାବେଳକୁ ହାଓଡ଼ା ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ ୨ ନମ୍ବର ପ୍ଲାଟ୍‌ଫାର୍ମ ଛାଡ଼ି ଦେଇଥିଲା। ଅମରେନ୍ଦ୍ର ଦୌଡ଼ିଯାଇ ଟ୍ରେନ୍‌ରେ ଚଢ଼ିବାକୁ ପ୍ରୟାସ କରିବାବେଳେ ଗୋଡ଼ ଖସିଯିବାରୁ ରେଳଧାରଣାକୁ ଖସି ପଡିଥିଲେ। ଟ୍ରେନ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ପାଇ ଆର୍‌ପିଏଫ୍‌ ଓ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାରକରି ବ୍ୟବଛେଦ ପାଇଁ ପଠାଇଥିଲେ। ମୃତକ ସ୍ଥାନୀୟ ଅଞ୍ଚଳର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

ସୂଚନା ଅନୁସାରେ, ଏକ ବିବାହ ଉତ୍ସବରେ ଯୋଗଦେବାକୁ ଅମରେନ୍ଦ୍ର ଇସ୍ପାତ ଏକ୍ସପ୍ରେସ ଟ୍ରେନ୍‌ ଧରିବା ପାଇଁ ରାଜଗାଙ୍ଗପୁର ରେଳଷ୍ଟେସନ ବାହାରିଥିଲେ। ସାଢ଼େ ୧୧ଟାରେ ଷ୍ଟେସନରେ ପହଞ୍ଚିବାବେଳକୁ ହାଓଡ଼ା ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ ୨ ନମ୍ବର ପ୍ଲାଟ୍‌ଫାର୍ମ ଛାଡ଼ି ଦେଇଥିଲା। ଅମରେନ୍ଦ୍ର ଦୌଡ଼ିଯାଇ ଟ୍ରେନ୍‌ରେ ଚଢ଼ିବାକୁ ପ୍ରୟାସ କରିବାବେଳେ ଗୋଡ଼ ଖସିଯିବାରୁ ରେଳଧାରଣାକୁ ଖସି ପଡିଥିଲେ। ଟ୍ରେନ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ପାଇ ଆର୍‌ପିଏଫ୍‌ ଓ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାରକରି ବ୍ୟବଛେଦ ପାଇଁ ପଠାଇଥିଲେ। ମୃତକ ସ୍ଥାନୀୟ ଅଞ୍ଚଳର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe