ସାପକାମୁଡ଼ାରେ ଯୁବତୀ ମୃତ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲଡୁଙ୍ଗୁରି ପଞ୍ଚାୟତ ଅଧୀନସ୍ଥ ଦହିଚୋର ଗ୍ରାମରେ ସାପକାମୁଡ଼ାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଡାକ୍ତରଖାନାରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

bonai hos

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲଡୁଙ୍ଗୁରି ପଞ୍ଚାୟତ ଅଧୀନସ୍ଥ ଦହିଚୋର ଗ୍ରାମରେ ସାପକାମୁଡ଼ାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ଦହିଚୋର ଗ୍ରାମର ପୀତାମ୍ବର ମହାକୁଳଙ୍କ ଝିଅ ଲିଜା ମହାକୁଳ (୨୦)ରବିବାର ରାତିରେ ଖାଇପିଇ ଶୋଇଥିବା ଅବସ୍ଥାରେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା।

ବଣାଇ ଥାନା ଅନ୍ତର୍ଗତ ଭାଲଡୁଙ୍ଗୁରି ପଞ୍ଚାୟତ ଅଧୀନସ୍ଥ ଦହିଚୋର ଗ୍ରାମରେ ସାପକାମୁଡ଼ାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ଦହିଚୋର ଗ୍ରାମର ପୀତାମ୍ବର ମହାକୁଳଙ୍କ ଝିଅ ଲିଜା ମହାକୁଳ (୨୦)ରବିବାର ରାତିରେ ଖାଇପିଇ ଶୋଇଥିବା ଅବସ୍ଥାରେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। 

ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ  ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe