ଅନଲାଇନ ଗେମ୍ ଖେଳି ଜୀବନ ହାରିଲେ ଯୁବକ

ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଅନଲାଇନ ଗେମରୁ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହାରିଯିବା ଫଳରେ ଦିବ୍ୟଜ୍ୟୋତି ପତି (୨୫) ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି।

Dead

ରେମୁଣା: ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ରେମୁଣା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁର ରଜନୀକାନ୍ତ ପତିଙ୍କ ପୁଅ ଦିବ୍ୟଜ୍ୟୋତି ପତି (୨୫) ରାତିରେ ମୋବାଇଲରେ ଗେମ ଖେଳୁଥିଲା ବେଳେ ଏହାକୁ ତାଙ୍କ ଘରର ଏକମାତ୍ର ସନ୍ତାନ ହୋଇଥିବାରୁ ବାପା ମା ବିରୋଧ କରି ଶୋଇ ପଡ଼ିବାକୁ କହିଥିଲେ। କିନ୍ତୁ ପୁଅ ଅନଲାଇନ ଗେମରେ ମସଗୁଲ ଥିଲା। ହେଲେ କାଲି ରାତିରେ ଅନଲାଇନ ଗେମରୁ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହାରିଯିବା ଫଳରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି।

ରେମୁଣା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁର ରଜନୀକାନ୍ତ ପତିଙ୍କ ପୁଅ ଦିବ୍ୟଜ୍ୟୋତି ପତି (୨୫) ରାତିରେ ମୋବାଇଲରେ ଗେମ ଖେଳୁଥିଲା ବେଳେ ଏହାକୁ ତାଙ୍କ ଘରର ଏକମାତ୍ର ସନ୍ତାନ ହୋଇଥିବାରୁ ବାପା ମା ବିରୋଧ କରି ଶୋଇ ପଡ଼ିବାକୁ କହିଥିଲେ। କିନ୍ତୁ ପୁଅ ଅନଲାଇନ ଗେମରେ ମସଗୁଲ ଥିଲା। ହେଲେ କାଲି ରାତିରେ ଅନଲାଇନ ଗେମରୁ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହାରିଯିବା ଫଳରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି।

ଗତକାଲି ସକାଳେ ଘର ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ରେମୁଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଅପମୃତ୍ୟୁ ମାମଲା କେସ ନମ୍ବର ୨୭/୨୫ ମୂଳେ ଅଧିକ ତଦନ୍ତ ଚାଲୁ ରଖିଛି। ଅନ୍ୟପଟେ ଘରର ଏକମାତ୍ର ସନ୍ତାନକୁ ହରାଇ ପରିବାର ଲୋକ ଭାଙ୍ଗି ପଡିଥିବାର ଲକ୍ଷ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe