ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଯୁବକଙ୍କ ଶୋଚନୀୟ ମୃତ୍ୟୁ, ୨ ଗୁରୁତର

ବୈଶିଙ୍ଗା ଥାନା ଅଧୀନ ବୈଦପୁର ଉପକଣ୍ଠ ଡାହିସାହି ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ମାର୍ଚ୍ଚଣ୍ଡପୁର ଗ୍ରାମର ସ୍ୱର୍ଗତ ଦୀନବନ୍ଧୁ ସିଂଙ୍କ ୨୯ବର୍ଷୀୟ ପୁଅ ଚାଇନ ଓରଫ ହୀରାଲାଲ ସିଂ l

Dead

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ବୈଦପୁର ଉପକଣ୍ଠ ଡାହିସାହି ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଏବଂ ଦୁଇଜଣ ଗୁରୁତର ଆହତ ହେବା ଘଟଣାରେ ଶନିବାର ଅପରାହ୍ନ ତିନିଟାରେ ମୃତଦେହ ଜବତ ପୂର୍ବକ ଦୁର୍ଘଟଣାଜନିତ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବୈଶିଙ୍ଗା ପୁଲିସ l ମୃତ ଯୁବକ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ମାର୍ଚ୍ଚଣ୍ଡପୁର ଗ୍ରାମର ସ୍ୱର୍ଗତ ଦୀନବନ୍ଧୁ ସିଂଙ୍କ ୨୯ବର୍ଷୀୟ ପୁଅ ଚାଇନ ଓରଫ ହୀରାଲାଲ ସିଂ l

ବେତନଟୀ ଥାନା ଅଧୀନ ଦହିକଟି ଗ୍ରାମର ଖଡିଆ ସିଂର ପୁଅ ବିଶାଲ ସିଂ, ଖୁଣ୍ଟା ଥାନା ଅଧୀନ ଡୁକୁରା ଗ୍ରାମର ଉମେଶ ବେହେରାର ପୁଅ ବାବୁଲି ବେହେରା ଏବଂ ମୃତକ ମାର୍ଚ୍ଚଣ୍ଡପୁର ଗ୍ରାମର ହୀରାଲାଲ ସିଂ ପ୍ରମୁଖ ଏକ ବାଇକ ଯୋଗେ ଦ୍ରୁତଗତିରେ ଯାଉଥିବ ବେଳେ ଡାହିସାହି ଠାରେ ବଙ୍କାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵସ୍ଥ କଂକ୍ରିଟ ପିଲର ଦେହରେ ପିଟିହୋଇ ଯାଇଥିଲେ l ଦୁର୍ଘଟଣାରେ ହୀରାଲାଲଙ୍କ ମୁଣ୍ଡ କଂକ୍ରିଟ ଏବଂ ପିଚୁରାସ୍ତାରେ ପିଟିହୋଇ ଗଭୀର କ୍ଷତ ସୃଷ୍ଟି ହେବା ସହିତ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଥିଲା l ଦୁର୍ଘଟଣାରେ ଗୁରୁତର ବିଶାଲ ଏବଂ ବାବୁଲିଙ୍କୁ ସ୍ଥାନୀୟଲୋକେ ଉଦ୍ଧାରକରି ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ l

ସୂଚନା ମୁତାବକ, ବେତନଟୀ ଥାନା ଅଧୀନ ଦହିକଟି ଗ୍ରାମର ଖଡିଆ ସିଂର ପୁଅ ବିଶାଲ ସିଂ, ଖୁଣ୍ଟା ଥାନା ଅଧୀନ ଡୁକୁରା ଗ୍ରାମର ଉମେଶ ବେହେରାର ପୁଅ ବାବୁଲି ବେହେରା ଏବଂ ମୃତକ ମାର୍ଚ୍ଚଣ୍ଡପୁର ଗ୍ରାମର ହୀରାଲାଲ ସିଂ ପ୍ରମୁଖ ଏକ ବାଇକ ଯୋଗେ ଦ୍ରୁତଗତିରେ ଯାଉଥିବ ବେଳେ ଡାହିସାହି ଠାରେ ବଙ୍କାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵସ୍ଥ କଂକ୍ରିଟ ପିଲର ଦେହରେ ପିଟିହୋଇ ଯାଇଥିଲେ l ଦୁର୍ଘଟଣାରେ ହୀରାଲାଲଙ୍କ ମୁଣ୍ଡ କଂକ୍ରିଟ ଏବଂ ପିଚୁରାସ୍ତାରେ ପିଟିହୋଇ ଗଭୀର କ୍ଷତ ସୃଷ୍ଟି ହେବା ସହିତ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଥିଲା l ଦୁର୍ଘଟଣାରେ ଗୁରୁତର ବିଶାଲ ଏବଂ ବାବୁଲିଙ୍କୁ ସ୍ଥାନୀୟଲୋକେ ଉଦ୍ଧାରକରି ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ l

 ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସାପରେ ତୁରନ୍ତ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନା ପଠାଇ ଦିଆଯାଇଛି l ଏପଟେ ମୃତଦେହ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅପରାହ୍ନରେ ବୈଶିଙ୍ଗା ଥାନା ସବ-ଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ପହଁଚି ମୃତଦେହର ପଞ୍ଚନାମା ପୂର୍ବକ ଦୁର୍ଘଟଣାଜନିତ ମାମଲା ରୁଜୁକରି ବ୍ୟବଛେଦ ପାଇଁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe