ଖୁଦୁରୁକୁଣି ଲିଚୁ ଲାଇଟ ଲଗାଇବା କାଳ ହେଲା, ବିଦ୍ୟୁତ୍ ଆଘାତରେ ଯୁବକଙ୍କ ଜୀବନ ଗଲା

ଖୁଦୁରୁକୁଣି ପୂଜା ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ହେଲେ ଯଁକୋଟି ପଞ୍ଚାୟତ କୋରକୋର ଗାଁର ରୁଦ୍ର ନାରାୟଣ ସ୍ବାଇଁ।

Dead

ଜଗତସିଂହପୁର: ଖୁଦୁରୁକୁଣି ପୂଜା ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ହେଲେ ଯଁକୋଟି ପଞ୍ଚାୟତ କୋରକୋର ଗାଁର ରୁଦ୍ର ନାରାୟଣ ସ୍ବାଇଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି |

ଖୁଦୁରୁକୁଣି ପୂଜା ପାଇଁ ରୁଦ୍ର ନାରାୟଣ ଘରେ ଲିଚୁ ଲାଇଟ ଲଗାଉଥିଲେ। କରେଣ୍ଟ ମାରିବାରୁ ସେ ନିସ୍ତେଜ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇ ଆସିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ହସ୍ପିଟାଲରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |

 ମିଳିଥିବା ସୂଚନା ଅନୁସାରେ, ଖୁଦୁରୁକୁଣି ପୂଜା ପାଇଁ ରୁଦ୍ର ନାରାୟଣ ଘରେ ଲିଚୁ ଲାଇଟ ଲଗାଉଥିଲେ। କରେଣ୍ଟ ମାରିବାରୁ ସେ ନିସ୍ତେଜ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇ ଆସିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ହସ୍ପିଟାଲରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe