ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଇ ଯୁବକ ଗୁରୁତର

Advertisment

ଆଜି ସକାଳେ ଧାମରା ଡ଼ିଆଇ ଛକ ନିକଟରେ ଥିବା ବିଦ୍ୟୁତ୍ ଟାୱାର ଖୁଣ୍ଟରେ ଚଢ଼ି ପଶ୍ଚିମବଙ୍ଗର ଯୁବକ ବାମପଦ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ କଥାରେ ବାମପଦ ୩୩ କେଭି ଟାୱାରରୁ ଓହ୍ଲାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମଝି ଖୁଣ୍ଟରେ ଜଳି ଗୁରୁତର ହୋଇଥିଲେ।

basudebpur chc

ଧାମରା: ଆଜି ସକାଳେ ଧାମରା ଡ଼ିଆଇ ଛକ ନିକଟରେ ଥିବା ବିଦ୍ୟୁତ୍ ଟାୱାର ଖୁଣ୍ଟରେ ଚଢ଼ି ପଶ୍ଚିମବଙ୍ଗର ଯୁବକ ବାମପଦ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଏଥିରୁ ନିବୃତ ରହିବାକୁ ପରାମର୍ଶ ଦେବା ସହ ବିଦ୍ୟୁତ୍ ଖୁଣ୍ଟରେ ଓହ୍ଲାଇ ଆସିବାକୁ କହିଥିଲେ।  ପରେ ସ୍ଥାନୀୟ ଲୋକଙ୍କ କଥାରେ ବାମପଦ ୩୩ କେଭି ଟାୱାର ରୁ ଓହ୍ଲାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମଝି ଖୁଣ୍ଟରେ ଜଳି ଯାଇଥିଲେ।

ଖୁଣ୍ଟରେ କଛି ସମୟ ଲଟକିବା ପରେ ପ୍ରାୟ ୫୦ ପୁଟ ଉପରୁ ସେ ତଳେ ଥିବା ଧାନ ବିଲକୁ ଖସି ପଡ଼ିଥିଲେ। ତାଙ୍କର ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । ବାମପଦ ପେଶାରେ ଜଣେ ଡ୍ରାଇଭର ହୋଇଥିବା ବେଳେ କିଛି ଦିନ ହେବ ସେ ମାନସିକ ଅସ୍ଥିରତା ଭିତରେ ଗତି କରୁଥିଲେ   ଓ କାର୍ଯ୍ୟକୁ ନ ଯାଇ ଏଣେତେଣେ ବୁଲୁଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe