ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

Advertisment

ଏକ ମାଈ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ଯୁବକ ହେଲେ ବାୟାଧର ସିଂହ(୨୬)। ତାଙ୍କ ମୁଣ୍ଡର ଖପୁରୀରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା।

ଏକ ମାଈ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ଯୁବକ ହେଲେ ବାୟାଧର ସିଂହ(୨୬)। ତାଙ୍କ ମୁଣ୍ଡର ଖପୁରୀରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା।

soro0

ସୋର: ଏକ ମାଈ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ଅନୁସାରେ ହାତୀ ଖୋଲିଆ ଅଞ୍ଚଳର ୧୦ ଜଣ ଯୁବକ ନିକଟସ୍ଥ କୂଳଦିହା ପାହାଡ଼କୁ ଛତୁ ଆଣିବାକୁ ଯାଇଥିଲେ। ଏହି ସମୟରେ ଏକ ମାଈ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଅନ୍ୟମାନେ ଗଛ ଉପରେ ଚଢି ଯାଇଥିବା ବେଳେ ବାୟାଧର ସିଂ (୨୬)ଙ୍କୁ ଭାଲୁଟି ଆକ୍ରମଣ କରିଥିଲା। ଏଥିରେ ମୁଣ୍ଡର ଖପୁରୀ ରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା।

ଅନ୍ୟମାନେ ଗୋଡେଇବାରୁ ଭାଲୁଟି ଜଙ୍ଗଲ ଭିତରକୁ ପଳାଇଥିଲା। ସାଥୀମାନେ ତାଙ୍କୁ ଉଦ୍ଧାର କରି ଏକ ଅଟୋରେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଭାଲୁ ଆକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe