ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର, କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ

Advertisment

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭଅଁରା ନିଜିଗଡ଼ ନିକଟ କୁଣ୍ଢେଇ କେନାଲଠାରେ ଆଜି ସକାଳୁ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଭାଲିଆ ଦଣ୍ଡା ମଉକା ସାହିର ଅକ୍ଷୟ ଭୋଇ (୪୫) ଗୁରୁତର ହୋଇଛନ୍ତି |

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭଅଁରା ନିଜିଗଡ଼ ନିକଟ କୁଣ୍ଢେଇ କେନାଲଠାରେ ଆଜି ସକାଳୁ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଭାଲିଆ ଦଣ୍ଡା ମଉକା ସାହିର ଅକ୍ଷୟ ଭୋଇ (୪୫) ଗୁରୁତର ହୋଇଛନ୍ତି |

ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମହିଳା କର୍ମଚାରୀ ଆହତ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭଅଁରା ନିଜିଗଡ଼ ନିକଟ କୁଣ୍ଢେଇ କେନାଲଠାରେ ଆଜି ସକାଳୁ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଭାଲିଆ ଦଣ୍ଡା ମଉକା ସାହିର ଅକ୍ଷୟ ଭୋଇ ( ୪୫ ) ଗୁରୁତର ହୋଇଛନ୍ତି | ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରା ଯାଇଥିଲା | ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାରେ ସୂଚନା ପାଇ ପୁଲିସ ଏଯାଏଁ ପହଁଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି | ପୁଲିସ ର ଭୁମିକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି |

ଅକ୍ଷୟ ଆଜି ସକାଳୁ କାମକୁ ଯାଉଥିଲେ | ହଂସପାଳ-ନିମାପଡ଼ା କେନାଲ ବନ୍ଧ କୁଣ୍ଢେଇ କେନାଲ ନିକଟରେ ହୋଇଥିବା ବେଳେ ମଉକା ସାହିର ଭାସ୍କର ଭୋଇ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଟାଙ୍ଗିଆ ଚୋଟରେ ଅକ୍ଷୟଙ୍କ ଡାହାଣ ହାତ କାନ୍ଧ ଓ ପେଣ୍ଡା ରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ଏହି ଘଟଣାରେ ସ୍ଥାନୀୟ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି | ତେବେ ଭାସ୍କର ଜଣେ ଅସାମାଜିକ ଯୁବକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି | କିଛି ଦିନ ପୂର୍ବରୁ ସେ ନିଜ ସମ୍ପର୍କୀୟ ଭାଇକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲା | ସେଥିପାଇଁ ମଧ୍ୟ ଜେଲ ଦଣ୍ଡ ଭୋଗିଥିଲା | ବାରମ୍ବାର ସ୍ଥାନୀୟ ଅଞ୍ଚଳରେ କୌଣସି କଥାକୁ କେନ୍ଦ୍ର କରି ଆତଙ୍କ ଖେଳାଉଥିବା ଲୋକେ ଅଭିଯୋଗ କରିଛନ୍ତି |

ସୂଚନା ଅନୁସାରେ, ଅକ୍ଷୟ ଆଜି ସକାଳୁ କାମକୁ ଯାଉଥିଲେ | ହଂସପାଳ-ନିମାପଡ଼ା କେନାଲ ବନ୍ଧ କୁଣ୍ଢେଇ କେନାଲ ନିକଟରେ ହୋଇଥିବା ବେଳେ ମଉକା ସାହିର ଭାସ୍କର ଭୋଇ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଟାଙ୍ଗିଆ ଚୋଟରେ ଅକ୍ଷୟଙ୍କ ଡାହାଣ ହାତ କାନ୍ଧ ଓ ପେଣ୍ଡା ରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ଏହି ଘଟଣାରେ ସ୍ଥାନୀୟ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି | ତେବେ ଭାସ୍କର ଜଣେ ଅସାମାଜିକ ଯୁବକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି | କିଛି ଦିନ ପୂର୍ବରୁ ସେ ନିଜ ସମ୍ପର୍କୀୟ ଭାଇକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲା | ସେଥିପାଇଁ ମଧ୍ୟ ଜେଲ ଦଣ୍ଡ ଭୋଗିଥିଲା | ବାରମ୍ବାର ସ୍ଥାନୀୟ ଅଞ୍ଚଳରେ କୌଣସି କଥାକୁ କେନ୍ଦ୍ର କରି ଆତଙ୍କ ଖେଳାଉଥିବା ଲୋକେ ଅଭିଯୋଗ କରିଛନ୍ତି | ଆକ୍ରମଣ ପରେ ଦୁର୍ବୃତ୍ତ ଗାଁରେ ଖୋଲାରେ ବୁଲି ଧମକଚମକ ଦେଉଥିବା ଖବର ହସ୍ତଗତ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe