Bike Accident Death: ବାଇକ ଦୁର୍ଘଟଣାରେ ଜଣେ ମୃତ

ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି। ବିନିକା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଘଟଣା ସ୍ଥଳରେ ବାଇକ ପଡ଼ିରହିଛି । ମୃତକ ହେଲେ ଭମରପାଲି ଯୁଦ୍ଧମନ୍ୟୁ ଦୁଆରୀ।

DEATH BINIKA

DEATH BINIKA Photograph: (Sambad.in)

ବିନିକା: ଗତକାଲି ରାତିରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ବାଇକ୍ ରେ  ବିନିକା ଏନ୍ଏସି ଅଧୀନସ୍ଥ ଭମରପାଲି ଯୁଦ୍ଧମନ୍ୟୁ ଦୁଆରୀ (୨୮) ଘରୁ ଵାହାରି ମିଲକୁ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ବିନିକା ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତା ବିନିକା ଥାନା ମଗରକୁନ୍ଦା ଵ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣା  ସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ:ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା: ଯାଜ୍ଞସେନୀ ନିବାସ ବେଶ୍ୟାଳୟ ଘୋଷିତ

ମୃତଦେହକୁ ଜବତ

ବିନିକା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଆଜି ପଞ୍ଚନାମା କରି ଶବ ବ୍ୟବଚ୍ଛେଦ କରାଯିବା ସହିତ ଅଧିକ ତଦନ୍ତ କରାଯିଵ ବୋଲି ପୁଲିସ ସୁଚନା ଦେଇଛନ୍ତି। ଘଟଣା ସ୍ଥଳରେ ବାଇକ ପଡ଼ିରହିଛି ।

ଆହୁରି ପଢ଼ନ୍ତୁ:ଆଗକୁ ବଢୁନି ଡଗରାସାହି ରେଳ ଫ୍ଲାଏ ଓଭରବ୍ରିଜ୍‌ କାମ

Accident | death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe