ଯୁବକର ଟାଙ୍ଗିଆ ଚୋଟରେ ବୃଦ୍ଧା ଗୁରୁତର

Advertisment

ଯୁବକର ଟାଙ୍ଗିଆ ଚୋଟରେ ବୃଦ୍ଧା ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ହେଲେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରାଧାରା ଗ୍ରାମର ଜସ୍ମିନ୍‌ ମୁଣ୍ଡା (୬୫)।

ଯୁବକର ଟାଙ୍ଗିଆ ଚୋଟରେ ବୃଦ୍ଧା ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ହେଲେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରାଧାରା ଗ୍ରାମର ଜସ୍ମିନ୍‌ ମୁଣ୍ଡା (୬୫)।

RGH

ରାଉରକେଲା/ଲହୁଣିପଡା: ଯୁବକର ଟାଙ୍ଗିଆ ଚୋଟରେ ବୃଦ୍ଧା ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ହେଲେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରାଧାରା ଗ୍ରାମର ଜସ୍ମିନ୍‌ ମୁଣ୍ଡା (୬୫)। ପୁଲିସ ସେହି ଗ୍ରାମର ଇଗ୍ନେସ ମୁଣ୍ଡା (୪୦)କୁ ଗିରଫ କରିଛି।ବୃଦ୍ଧା ସମ୍ପର୍କୀୟଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଗତକାଲି ଅପରାହ୍ନ ପ୍ରାୟ ଅଢ଼େଇଟାରେ କୌଣସି କଥାକୁ ନେଇ ଉଭୟ ଜସ୍ମିନ୍‌ ଓ ଇଗ୍ନେସଙ୍କ ମଧ୍ୟରେ କଳିଝଗଡା ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ‌ହୋଇ ଇଗ୍ନେସ ଘରୁ ଟାଙ୍ଗିଆ ଆଣି ଜସ୍ମିନ୍‌କୁ ଆକ୍ରମଣ କରିଥିଲେ। ଜସ୍ମିନ୍‌ ଗୁରୁତର ଅବସ୍ଥାରେ ତଳେ ପଡିଯିବା ପରେ ଇଗ୍ନେସ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକ ଜସ୍ମିନ୍‌କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଗତକାଲି ଅପରାହ୍ନ ପ୍ରାୟ ଅଢ଼େଇଟାରେ କୌଣସି କଥାକୁ ନେଇ ଉଭୟ ଜସ୍ମିନ୍‌ ଓ ଇଗ୍ନେସଙ୍କ ମଧ୍ୟରେ କଳିଝଗଡା ଲାଗିଥିଲା। ଏଥିରେ ଉତ୍‌କ୍ଷିପ୍ତ ‌ହୋଇ ଇଗ୍ନେସ ଘରୁ ଟାଙ୍ଗିଆ ଆଣି ଜସ୍ମିନ୍‌କୁ ଆକ୍ରମଣ କରିଥିଲେ। ଜସ୍ମିନ୍‌ ଗୁରୁତର ଅବସ୍ଥାରେ ତଳେ ପଡିଯିବା ପରେ ଇଗ୍ନେସ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକ ଜସ୍ମିନ୍‌କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe