ଯୁବକଙ୍କ ମୃତ୍ୟୁକୁ ନେଇ ପତ୍ନୀ ଓ ତାଙ୍କ ବନ୍ଧୁଙ୍କ ନାମରେ ଆସିଲା ଅଭିଯୋଗ

ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତାଙ୍କ ପତ୍ନୀ ଓ ବନ୍ଧୁଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ | ସ୍ୱାମୀକୁ ମାରି ସ୍ତ୍ରୀ ଓ ତାଙ୍କ ପ୍ରେମିକ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ବିଳମ୍ବିତ ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗି ଦେଇଛନ୍ତି ସ୍ତ୍ରୀ ଓ ତାଙ୍କ ପ୍ରେମିକ

death

ଜଳେଶ୍ୱର: ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତାଙ୍କ ପତ୍ନୀ ଓ ବନ୍ଧୁଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ | ସ୍ୱାମୀକୁ ମାରି ସ୍ତ୍ରୀ ଓ ତାଙ୍କ ପ୍ରେମିକ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ବିଳମ୍ବିତ ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗି ଦେଇଛନ୍ତି ସ୍ତ୍ରୀ ଓ ତାଙ୍କ ପ୍ରେମିକ।ଗ୍ରାମବାସୀଙ୍କ ଦ୍ୱାରା ସ୍ତ୍ରୀ ଓ ପ୍ରେମିକଙ୍କୁ ଅଟକ ରଖି ପୁଲିସକୁ ଖବର ଦେବାପରେ ପୁଲିସ ଉଭୟଙ୍କୁ ଅଟକ ରଖିଛି। ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

 ମିଳିଥିବା ସୂଚନା ମୁତାବକ ମୃତ ବ୍ୟକ୍ତି ଜଣକ ହେଲେ ରମାକାନ୍ତ ଘୋଷ। ଅଟକ ଯୁବକ ଜଣକ ହେଲେ ମାନସ ଘୋଷ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଂଚାୟତ ଅଗ୍ରୱାଲା ଛକରେ। ରମାକାନ୍ତ ଘୋଷ ଏକ ଚା-ପାନ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ ବେଳେ ଆଜି ସକାଳ ସମୟରେ ରମାକାନ୍ତ ଏକ ରଶିରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ |

 ଏହାପରେ ସ୍ଥାନୀୟ ଲୋକ ମୃତକଙ୍କ ପତ୍ନୀ ଓ ତାଙ୍କ ବନ୍ଧୁଙ୍କୁ ଅଟକ ରଖି ଜଳେଶ୍ୱର ପୁଲିସକୁ ଖବର ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲା ବେଳେ ମାନସ ଘୋଷକୁ ଅଟକ ରଖି ତଦନ୍ତ ଜାରି ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe