ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା

Advertisment

ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା, ଏଭଳି ଘଟଣା କୋଣାର୍କ ପୁରୀ ବେଳାମାର୍ଗ କୋଣାର୍କ ଥାନା ଅଧିନ କଇଁଚ ଘର ନିକଟରେ ଘଟିଛି | ମିଳିଥିବା ସୂଚନା ମୁତାବକ ପର୍ଯ୍ୟଟକଙ୍କ ଟ୍ରାଭେରା ଗାଡି ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା |

aa350d78-6df3-43ac-a436-4073bb8cf272

କୋଣାର୍କ: ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା, ଏଭଳି ଘଟଣା କୋଣାର୍କ ପୁରୀ ବେଳାମାର୍ଗ କୋଣାର୍କ ଥାନା ଅଧିନ କଇଁଚ ଘର ନିକଟରେ ଘଟିଛି | ମିଳିଥିବା ସୂଚନା ମୁତାବକ ପର୍ଯ୍ୟଟକଙ୍କ ଟ୍ରାଭେରା ଗାଡି ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା | ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ମହାରାଷ୍ଟ୍ର ବୋଲି ଜଣାପଡିଛି।

ତେବେ ମେରାଇନ ଡ୍ରାଇଭ ରାସ୍ତାରେ ଗାଡି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ  ଉଦ୍ଧାର କରୁଥିବାବେଳେ ବିଦ୍ୟୁତ ଖୁଣ୍ଟରେ କରେଣ୍ଟ ଥିବାରୁ ଜଗତସିଂହପୁର ନାଉଗାଁର ଯୁବକ ପ୍ରସନ୍ନଜିତ ପରିଡା ନାମକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ | ପ୍ରସନ୍ନଜିତଙ୍କ ସାଙ୍ଗମାନେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବାର ଦେଖିଥିଲେ | ଆଉ ପ୍ରସନ୍ନଜିତ ଆହତଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଆଉ ତାଙ୍କର ମୃତ୍ୟୁ ହୋଇଯାଇଥିଲା | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe