ମଦ ନିଶାରେ ରେଳଧାରଣାରେ କାର ଚଳାଇଲେ ଯୁବକ

Advertisment

କର୍ଣ୍ଣାଟକର ଟେକଲ ରେଳ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯେତେବେଳେ ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେସନ ପରିସରରେ ତାଙ୍କ କାର ପୁରାଇ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ଏଠାରେ ଅଟକି ନଥିଲେ

କର୍ଣ୍ଣାଟକର ଟେକଲ ରେଳ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯେତେବେଳେ ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେସନ ପରିସରରେ ତାଙ୍କ କାର ପୁରାଇ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ଏଠାରେ ଅଟକି ନଥିଲେ

car

ବେଙ୍ଗାଲୁରୁ: କର୍ଣ୍ଣାଟକର ଟେକଲ ରେଳ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯେତେବେଳେ ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେସନ ପରିସରରେ ତାଙ୍କ କାର ପୁରାଇ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ଏଠାରେ ଅଟକି ନଥିଲେ ଏବଂ କାରଟିକୁ ପ୍ଲାଟଫର୍ମ ଉପରକୁ ନେଇଗଲେ ଏବଂ ତା’ପରେ ରେଳଧାରଣା ଉପରେ କାର ଚଲାଇ ଥିଲେ ।

ଆଶ୍ୱସ୍ତିର କଥା ହେଉଛି ଯେ ଯେତେବେଳେ କାରଟି ରେଳଧାରଣାରେ ଚାଲୁଥିଲା, ସେତେବେଳେ କୌଣସି ଟ୍ରେନ୍ ସେହି ଧାରଣାରେ ଆସୁନଥିଲା | ଆଉ ସୌଭାଗ୍ୟବଶତଃ କାର ଚାଳକ ଜଣକ ବଂଚିଯାଇଥିଲେ | ଏକ କ୍ରେନ୍ ସାହାଯ୍ୟରେ କାରଟିକୁ ଟ୍ରାକରୁ ବାହାର କରାଯାଇଥିଲା। କୁହାଯାଉଛି ଯେ ରାକେଶ ନାମକ ଜଣେ ବ୍ୟକ୍ତି ତାଙ୍କ ମାରୁତି ସ୍ୱିଫ୍ଟ ଡିଜାୟାର କାର ଚଳାଉଥିଲେ ଏବଂ ସେ ଏତେ ମଦ୍ୟପାନ କରିଥିଲେ ଯେ ସେ ହୋସରେ ନଥିଲେ | ମଦ୍ୟପାନ କରିବା ଯୋଗୁଁ ସେ କାରରୁ ନିଜ ନିୟନ୍ତ୍ରଣ ହରାଇବସିଥିଲେ | ସେ କାରକୁ ସିଧା ରେଳ ପ୍ଲାଟଫର୍ମକୁ ପୁରାଇ ଦେଇଥିଲେ। ଏହା ପରେ ତାଙ୍କର ମାରୁତି ସ୍ୱିଫ୍ଟ ଡିଜାୟାର ରେଳ ଟ୍ରାକରେ ଫସି ଯାଇଥିଲା। ଏହି ଘଟଣା ଘଟିବା ମାତ୍ରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗିଯାଇଥିଲା | ଏନେଇ ଲୋକମାନେ ରେଳ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ।

ରେଳ ପ୍ରଶାସନ ଏ ବିଷୟରେ ସୂଚନା ପାଇବା ମାତ୍ରେ ତୁରନ୍ତ ଜେସିବି ବୁଲଡୋଜର ଡକାଯାଇ କାରଟିକୁ ରେଳ ଟ୍ରାକରୁ ହଟାଇଥିଲା। ଏହି ସମୟରେ, କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଡ୍ରାଇଭରଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ। ଏଥିସହିତ, ପୁଲିସ ଡ୍ରାଇଭରଙ୍କୁ ହେପାଜତକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ରାକେଶର ଡାକ୍ତରୀ ପରୀକ୍ଷା କରିବା ପରେ ଜଣାପଡିଲା ଯେ ସେ ମଦ୍ୟପାନ କରିଥିଲେ। ବଡ଼ କଥା ହେଉଛି ସେହି ସମୟରେ ରେଳ ଟ୍ରାକରେ କୌଣସି ଟ୍ରେନ୍ ଆସିବାକୁ ନଥିଲା, ଯାହା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe