୧୪ ବର୍ଷ ବୟସରେ ଏହି ଫିଲ୍ମରେ ବାପାଙ୍କ ସହ ଧମାଲ କରିବେ ଯୁଗ ଦେବଗନ

Advertisment

ଅଜୟ ଦେବଗନଙ୍କ ପ୍ରିୟ ପୁଅ ଯୁଗ ଦେବଗନଙ୍କର ପାଳି ଆସିଛି। ହଁ ଆପଣ ଠିକ ଶୁଣିଲେ, ଅଜୟ ଦେବଗନଙ୍କ ପୁଅ ଯୁଗ ଦେବଗନ ଏବେ ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ପ୍ରସ୍ତୁତ, ତାହା ମଧ୍ୟ ତାଙ୍କ ବାପାଙ୍କ ସହିତ

ଅଜୟ ଦେବଗନଙ୍କ ପ୍ରିୟ ପୁଅ ଯୁଗ ଦେବଗନଙ୍କର ପାଳି ଆସିଛି। ହଁ ଆପଣ ଠିକ ଶୁଣିଲେ, ଅଜୟ ଦେବଗନଙ୍କ ପୁଅ ଯୁଗ ଦେବଗନ ଏବେ ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ପ୍ରସ୍ତୁତ, ତାହା ମଧ୍ୟ ତାଙ୍କ ବାପାଙ୍କ ସହିତ

yug

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଷ୍ଟାର କିଡ୍ସମାନେ ନିଜ ମାଆ କିମ୍ବା ବାପାଙ୍କ ପରି ଅଭିନୟ ଜଗତରେ ନାମ କମାଉଛନ୍ତି। ନିକଟ ଅତୀତରେ, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନଙ୍କ ପରି ଷ୍ଟାରମାନେ ଫିଲ୍ମରେ ଡେବ୍ୟୁ କରିଛନ୍ତି। ଏବେ ଅଜୟ ଦେବଗନଙ୍କ ପ୍ରିୟ ପୁଅ ଯୁଗ ଦେବଗନଙ୍କର ପାଳି ଆସିଛି। ହଁ ଆପଣ ଠିକ ଶୁଣିଲେ, ଅଜୟ ଦେବଗନଙ୍କ ପୁଅ ଯୁଗ ଦେବଗନ ଏବେ ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ପ୍ରସ୍ତୁତ, ତାହା ମଧ୍ୟ ତାଙ୍କ ବାପାଙ୍କ ସହିତ। ତାଙ୍କ ଫିଲ୍ମର ପ୍ରଥମ ଝଲକ ଏବଂ ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି, ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ପ୍ରକୃତରେ, ଅଜୟ ଦେବଗନଙ୍କ ପୁଅ ଯୁଗ ଦେବଗନ ଜ୍ୟାକି ଚାନଙ୍କ ହଲିଉଡ୍ ଫିଲ୍ମ 'କରାଟେ କିଡ୍ ଲେଜେଣ୍ଡସ'ରେ ସ୍ୱର ଦେବାକୁ ଯାଉଛନ୍ତି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ହିନ୍ଦୀ ଡବରେ ସେ ବେନ୍ ୱାଙ୍ଗଙ୍କ ପାଇଁ ଦାବିଙ୍ଗ କରିବେ | ଅଜୟ ଦେବଗନ ମଧ୍ୟ ହିନ୍ଦୀ ସଂସ୍କରଣରେ ଜ୍ୟାକି ଚାନଙ୍କ ପାଇଁ ଭଏସ ଦେବେ | 

ସୋନି ପିକଚର୍ସ ସୋସିଆଲ ମିଡିଆରେ ଏକ ଫଟୋ ମଧ୍ୟ ସେୟାର କରିଛି। ଫଟୋରେ ଅଜୟ ଦେବଗନ ଏବଂ ଯୁଗ ଦେବଗନ ଏକାଠି ନଜର ଆସିଛନ୍ତି। ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, "ଅଜୟ ଦେବଗନ ଏବଂ ଯୁଗ ଦେବଗନ କରାଟେ କିଡ୍ ଲେଜେଣ୍ଡସ୍ (ହିନ୍ଦୀ)ରେ ଜ୍ୟାକି ଚାନ୍ ଏବଂ ବେନ୍ ୱାଙ୍ଗଙ୍କ ଯାତ୍ରାକୁ ଜୀବନ୍ତ କରିବାକୁ ପ୍ରସ୍ତୁତ।"

ନିର୍ମାତାମାନେ ସୂଚନା ଦେଇଛନ୍ତି ଯେ କରାଟେ କିଡ୍ ଲିଜେଣ୍ଡସର ହିନ୍ଦୀ ଟ୍ରେଲର ଖୁବ୍ ଶୀଘ୍ର ରିଲିଜ୍ ହେବ। ଏହି ଫିଲ୍ମଟି ମେ ୩୦ ତାରିଖରେ ସାରା ବିଶ୍ୱରେ ସିନେମା ହଲରେ ମୁକ୍ତିଲାଭ କରିବ। ଉଲ୍ଲେଖ ଥାଉ କି ଯେ ଅଜୟ ଦେବଗନଙ୍କ ପୁଅ ପରି, ଶାହରୁଖ ଖାନଙ୍କ ପୁଅ ଅବରାମ ଖାନ ମଧ୍ୟ ମୁଫାସା ଦ ଲାୟନ କିଙ୍ଗରେ ନିଜର କଣ୍ଠସ୍ୱର ଦେଇଛନ୍ତି। ଏହି ଫିଲ୍ମରେ ଶାହରୁଖ ମଧ୍ୟ ନିଜ କଣ୍ଠସ୍ୱର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe