ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାନସଭା ବାଚସ୍ପତି ୟୁମନାମ ଖେମଚାନ୍ଦ ସିଂହ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଦଳ ପକ୍ଷରୁ ୟୁମନାମଙ୍କୁ ମଣିପୁରର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଘୋଷଣା କରାଯାଇଛି। ଆଜି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମଣିପୁର ବିଧାନସଭା ଦଳ ବୈଠକରେ ୟୁମନାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଆଉ ମାତ୍ର କିଛିଦିନ ପରେ ଉତ୍ତରପୂର୍ବ ରାଜ୍ୟରେ ରାଷ୍ଟ୍ରପତି ଶାସନ ଶେଷ ହେବ। ତେଣୁ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଣିପୁରରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ସୋମବାର ବିଜେପି ସଂସଦୀୟ ବୋର୍ଡ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଛୁଗଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା।

ଆହୁରି ପଢନ୍ତୁ: Air India Switch Cutoff: ଏୟାର୍ ଇଣ୍ଡିଆର ଇନ୍ଧନ ସୁଇଚ୍ କଟ୍‌ଅଫ୍ ଭୟ: କ’ଣ ହୋଇଥିଲା କହିଲା ଡିଜିସିଏ

ମଣିପୁରରେ ଲଗାତାର ହିଂସା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ୨୦୨୫ ଫେବ୍ରୁଆରି ୯ ତାରିଖରେ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାର କିଛି ଦିନ ପରେ ୨୦୨୫ ଫେବ୍ରୁଆରି ୧୩ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଆଗକୁ ଖେମଚାନ୍ଦ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଖେମଚାନ୍ଦ ୨ ଥର ବିଧାୟକ ହୋଇଛନ୍ତି। ୨୦୧୭ ଓ ୨୦୨୨ରେ ସେ ୨ ଥର ସିଙ୍ଗଜମେଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ୨୦୧୭ ମାର୍ଚ୍ଚରେ ସେ ମଣିପୁର ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଥିଲେ ଏବଂ ଏହି ପଦବିରେ ୫ ବର୍ଷ ରହିଥିଲେ।