ଢାକା: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନ ନିହତ ଭାରତ ବିରୋଧୀ ନେତା ସରିଫ ଓସମାନ ହାଦିଙ୍କ ଭାଇ ଓମାର ବିନ୍ ହାଦିଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି। ତାଙ୍କ ପାଇଁ ବାଂଲାଦେଶର ୟୁକେ ମିଶନରେ ଏକ ନୂଆ କୂଟନୈତିକ ପଦବୀ ସୃଷ୍ଟି କରାଯାଇଛି। ଜାନୁଆରୀ ୧୫ ତାରିଖରେ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ଚୁକ୍ତି ଏବଂ ବୈଦେଶିକ ନିଯୁକ୍ତି ଶାଖା ଦ୍ୱାରା ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଓମାର ବିନ୍ ହାଦିଙ୍କୁ ବର୍ମିଂହାମସ୍ଥିତ ବାଂଲାଦେଶ ସହାୟକ ଉଚ୍ଚୟୁକ୍ତରେ ଦ୍ୱିତୀୟ ସଚିବ ଭାବରେ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି।
ଏହି ଆଦେଶରେ ଯୁଗ୍ମ ସଚିବ ଅବୁଲ ହାୟାତ ମହମ୍ମଦ ରଫିକ ସ୍ୱାକ୍ଷର କରିଥିବାବେଳେ ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ଜାରି କରାଯାଇଛି। ଓମାର ବିନ୍ ହାଦି ତାଙ୍କ ଭାଇଙ୍କ ମୃତ୍ୟୁ ପାଇଁ ୟୁନୁସ୍ ଶାସନକୁ ଦାୟୀ କରିଥିଲେ। ହାଦିଙ୍କ ହତ୍ୟାର କିଛି ଦିନ ପରେ, ସେ କହିଥିଲେ ଯେ, ୟୁନୁସ୍ ଶାସନ ଫେବ୍ରୁଆରିରେ ହେବାକୁ ଥିବା ବାଂଲାଦେଶରେ ସାଧାରଣ ନିର୍ବାଚନକୁ ବିଳମ୍ବିତ କରିବା ପାଇଁ ଅରାଜକତା ବୁଣିବାକୁ ଚେଷ୍ଟା କରୁଛି। ତେଣୁ, ଓମାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପଦବୀ ସୃଷ୍ଟି କରିଥିବା ନେଇେ ଚର୍ଚ୍ଚା ହେଉଛି। ଏହା ଦ୍ବାରା ୟୁନୁସ୍ ସରକାରଙ୍କ ପଥ ସୁଗମ ହୋଇପାରିବ। ଓମାରଙ୍କ ନିଯୁକ୍ତି ଭାରତ ବିରୋଧୀ ଉପାଦାନ ଏବଂ ବାଂଲାଦେଶୀ ଇସଲାମବାଦୀମାନଙ୍ୁ ଶକ୍ତିଶାଳୀ କରିବାର ଏକ ପ୍ରୟାସ ଭାବେ ଦେଖାଯାଉଛି।
ଆହୁରି ପଢନ୍ତୁ: Sundargah Tension: ପୁଲିସର କାର୍ଯ୍ୟନୁଷ୍ଠାନ ଜାରି, ୬ଜଣ ଗିରଫ
ଢାକା-ଭିତ୍ତିକ ସମ୍ବାଦ ସଂସ୍ଥା ଜାଗୋନ୍ୟୁଜ୍୨୪ ରିପୋର୍ଟ କରିଛି, ଓମାର ବିନ୍ ହାଦି ମିଶନରେ ଯୋଗଦେବା ତାରିଖରୁ ତାଙ୍କର କାର୍ଯ୍ୟକାଳ କାର୍ଯ୍ୟକାରୀ ହେବ। ଓମାରଙ୍କ ଭାଇ, ଉସମାନ ହାଦି, ଜଣେ ଭାରତ ବିରୋଧୀ ଥିଲେ। ସେ ବହୁ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ୨୦୨୪ରେ, ସେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାର ବିରୋଧରେ ପ୍ରତିବାଦର ନେତୃତ୍ୱ ନେଇଥିଲେ। ୨୦୨୫ ଡିସେମ୍ବର ୨୮ରେ ହାଦିଙ୍କ ମୃତ୍ୟୁକୁ ନେଇ ବାଂଲାଦେଶର ଇସଲାମିକ ଗୋଷ୍ଠୀଗୁଡ଼ିକ ନିଆଁରେ ଘିଅ ଢାଳିବା କାମ କରିଥିଲେ।। ଏହାକୁ ନେଇ ଢାକା ଏବଂ ଅନ୍ୟାନ୍ୟ ସହରଗୁଡ଼ିକରେ ବିରୋଧ ପ୍ରଦର୍ଶନ କରି ନ୍ୟାୟ ପାଇଁ ଦାବି କରାଯାଇଥିଲା।
ଆହୁରି ପଢନ୍ତୁ: Indian Return From Iran: ଇରାନରୁ ସୁରକ୍ଷିତ ଫେରିଲେ ଭାରତୀୟ: ସରକାରଙ୍କୁ ଜଣାଇଲେ କୃତଜ୍ଞତା
ଭାରତୀୟ କୂଟନୈତିକ ମିଶନ ଏବଂ ରାଷ୍ଟ୍ରଦୂତମାନଙ୍କୁ ଟାର୍ଗେଟ କରାଯାଇଥିଲା। ହାଦିଙ୍କ ମୃତ୍ୟୁକୁ ନେଇ ଦେଶରେ ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଥିଲା। ହାଦିଙ୍କ ସମର୍ଥକ ଏବଂ ବାଂଲାଦେଶୀ ଇସଲାମିଷ୍ଟମାନେ ଭାରତକୁ ନିନ୍ଦା କରି ଅଭିଯୋଗ କରିଥିଲେ, ହତ୍ୟାକାରୀମାନେ କାଣ୍ଡ ଭିଆଇ ଭାରତ ପଳାଇ ଯାଇଛନ୍ତି। ତେବେ ସନ୍ଦିଗ୍ଧ ହତ୍ୟାକାରୀମାନେ ଭାରତ ପାର ହୋଇଯାଇଥିବା ଅଭିଯୋଗ ବାଂଲାଦେଶୀ ପୁଲିସ ଅସ୍ୱୀକାର କରିଥିଲା। ସପ୍ତାହ ପରେ, ଜାନୁଆରି ୨୦୨୬ ରେ, ବାଂଲାଦେଶ ପୁଲିସ କହିଥିଲା ଯେ, ଆୱାମୀ ଲିଗର ନିର୍ଦ୍ଦେଶରେ ରାଜନୈତିକ ପ୍ରତିଶୋଧ ନେବାପାଇଁ ହାଦିଙ୍କୁ ହତ୍ୟା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/f78384b9-b5e6-4e67-9ce4-ad8448eeca99-2026-01-17-17-54-09.jpg)