ଦୁର୍ଘଟଣାରେ ଆହତ ଜିଲ୍ଲାପରିଷଦ ସଭ୍ୟା ଲୀଳାବତୀଙ୍କ ମୃତ୍ୟୁ

Advertisment

କେନ୍ଦୁଝର ୪ ନମ୍ବର ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟା ଲୀଳାବତୀ ମହାନ୍ତ (୩୫)ଙ୍କ ପରଲୋକ ଘଟିଛି।ଲୀଳାବତୀ ୨୦୨୨ ପଞ୍ଚାୟତ ନିର୍ବାଚନରେ ୪ ନମ୍ବର ଜୋନ୍‌ରୁ ବିଜେଡି ଟି‌କଟରେ ଜିଲ୍ଲାପରିଷଦ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

କେନ୍ଦୁଝର ୪ ନମ୍ବର ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟା ଲୀଳାବତୀ ମହାନ୍ତ (୩୫)ଙ୍କ ପରଲୋକ ଘଟିଛି।ଲୀଳାବତୀ ୨୦୨୨ ପଞ୍ଚାୟତ ନିର୍ବାଚନରେ ୪ ନମ୍ବର ଜୋନ୍‌ରୁ ବିଜେଡି ଟି‌କଟରେ ଜିଲ୍ଲାପରିଷଦ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

leela

କେନ୍ଦୁଝର/ପଦ୍ମପୁର: କେନ୍ଦୁଝର ୪ ନମ୍ବର ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟା ଲୀଳାବତୀ ମହାନ୍ତ (୩୫)ଙ୍କ ପରଲୋକ ଘଟିଛି। ସେ ଗତ ୧୨ ତାରିଖରେ ମୁରୁସୁଆଁ ଗ୍ରାମରୁ ସ୍କୁଟିରେ ଝୁମ୍ପୁରା ଅଭିମୁଖେ ଯାଉଥିଲେ। ପଳାଶପଙ୍ଗା ଫାଣ୍ତି ନିକଟସ୍ଥ ଟାଙ୍ଗରାଣୀ ଛକରେ ଏକ ଟ୍ରକ୍‌ ତାଙ୍କୁ ଚାପି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଝୁମ୍ପୁରା ଡାକ୍ତରଖାନା ପଠାଇଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରିଥିଲେ। ସେଠାରେ ସେ ୧୩ଦିନ ଧରି ସେ ଆଇସିୟୁରେ ଥିଲେ। କିଛିଦିନ ତଳେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।

ଗତକାଲି ଅପରାହ୍‌ଣ ସାଢ଼େ ତିନିଟାବେଳେ ଲୀଳାବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ପରଲୋକରେ ମୁରୁସୁଆଁ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ବାମୀ ରଂଜିତ ମହାନ୍ତ ଓ ଦୁଇଝିଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୂଚନାଯୋଗ୍ୟ, ଲୀଳାବତୀ ୨୦୨୨ ପଞ୍ଚାୟତ ନିର୍ବାଚନରେ ୪ ନମ୍ବର ଜୋନ୍‌ରୁ ବିଜେଡି ଟି‌କଟରେ ଜିଲ୍ଲାପରିଷଦ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe