ଉଭୟ ବିଧାନସଭା ଆସନରେ ନବୀନ ଆଗୁଆ

Advertisment
ଉଭୟ ବିଧାନସଭା ଆସନରେ ନବୀନ ଆଗୁଆ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରେ ଆଗୁଆ ଥିବାର ଜଣାଯାଇଛି। ଏଥର ପ୍ରଥମ ଥର ପାଇଁ ନବୀନ ୨ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେବେ କେଉଁ ଆସନରେ ସେ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିବେ ଏବଂ କେଉଁ ଆସନଟି ରଖି ଅନ୍ୟ ଆସନଟିକୁ ଛାଡ଼ିବେ ତାହା ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।

ବିଜେପୁର ବିଧାନସଭା ଆସନରେ ଆଗୁଆ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଖାପାଖି ୫ହଜାର ୩୯୭ ଖଣ୍ଡ ଭୋଟ୍ ରେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ଆଗୁଆ ରହିଛନ୍ତି । ତେବେ ଚଳିତ ଥର ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ନିଜର ପାରମ୍ପାରିକ ବିଧାନସଭା ଆସନ ହିଞ୍ଜିଳି ସହ ଏଥର ପ୍ରଥମ କରି ବିଜେପୁର ଆସନରୁ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ । ତେବେ ଟ୍ରେଣ୍ଡ ଅନୁସାରେ ଏବେ ନବୀନ ଏହି ବିଜେପୁରୁ ଆସନରୁ ବାଜିମାତ୍ କରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe