ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସଙ୍କୁ ଦୁର୍ବ୍ୟବହାର, ବାଘମୁଣ୍ଡ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଏ ଏନ ଏମଙ୍କ ସ୍ବାମୀ ଗିରଫ

Advertisment

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୂରଜ କୁମାର ଦୀପଙ୍କୁ ବାଘମୁଣ୍ଡ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଏ ଏନ ଏମଙ୍କ ସ୍ବାମୀ ରଘୁନାଥ ମହରା ଗାଳିଗୁଲଜ ସହ ଆକ୍ରମଣ କରିବା ଅଭିଯୋଗରେ ଶନିବାର ଲରମ୍ଭା ପୁଲିସ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୂରଜ କୁମାର ଦୀପଙ୍କୁ ବାଘମୁଣ୍ଡ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଏ ଏନ ଏମଙ୍କ ସ୍ବାମୀ ରଘୁନାଥ ମହରା ଗାଳିଗୁଲଜ ସହ ଆକ୍ରମଣ କରିବା ଅଭିଯୋଗରେ ଶନିବାର ଲରମ୍ଭା ପୁଲିସ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

arrest

Photograph: (Van Severen Law Office)

ଧଣ୍ଡାମୁଣ୍ଡା: ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୂରଜ କୁମାର ଦୀପଙ୍କୁ ବାଘମୁଣ୍ଡ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଏ ଏନ ଏମଙ୍କ ସ୍ବାମୀ ରଘୁନାଥ ମହରା ଗାଳିଗୁଲଜ ସହ ଆକ୍ରମଣ କରିବା ଅଭିଯୋଗରେ ଶନିବାର ଲରମ୍ଭା ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ଗତ ୮ ତାରିଖ ମେଡିକାଲ ଅଫିସର ଡାକ୍ତର ଦୀପ ଉପ ସ୍ୱାସ୍ଥ୍ୟକେନ୍ଦ୍ର ନିରୀକ୍ଷଣ ପାଇଁ ଯାଇଥିବାବେଳେ ସେଠାରେ ଅବସ୍ଥାପିତ ଏ ଏନ ଏମ କଳ୍ପନା ମହରା କାର୍ଯ୍ୟରେ ଅବହେଳା କରୁଥିବାରୁ ତାଙ୍କୁ ତାଗିଦ କରିଥିଲେ। ଏହାପରେ ସମ୍ପୃକ୍ତ ଏ ଏନ ଏମ ତାଙ୍କ ସ୍ବାମୀ ବେଲପଡାରେ କାର୍ଯ୍ୟରତ ବ୍ଲକ ସହ ଶିକ୍ଷା ଅଧିକାରୀ ରଘୁନାଥ ମହାରଙ୍କୁ ଫୋନ କରିଥିଲେ। ଡାକ୍ତର ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ହଠାତ ପହଞ୍ଚି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ନେଇ ଲରମ୍ଭା ଥାନାରେ ଡାକ୍ତର ଲିଖିତ ଅଭିଯୋଗ କରିଥିଲେ। ଏନେଇ ଲରମ୍ଭା ଥାନା କେସ ନଂ ୨୩୦/୨୦୨୫ ରେ ଏକ ମାମଲା ୠଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତ ଏ  ଏନ ଏମଙ୍କ ସ୍ୱାମୀ ବେଲପଡା ଏ ବି ଇ ଓ ରଘୁନାଥ ମହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଲରମ୍ଭା ଥାନା ଅଧିକାରୀ ଭାନୁଶଙ୍କର ଯାଦବ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୮ ତାରିଖ ମେଡିକାଲ ଅଫିସର ଡାକ୍ତର ଦୀପ ଉପ ସ୍ୱାସ୍ଥ୍ୟକେନ୍ଦ୍ର ନିରୀକ୍ଷଣ ପାଇଁ ଯାଇଥିବାବେଳେ ସେଠାରେ ଅବସ୍ଥାପିତ ଏ ଏନ ଏମ କଳ୍ପନା ମହରା କାର୍ଯ୍ୟରେ ଅବହେଳା କରୁଥିବାରୁ ତାଙ୍କୁ ତାଗିଦ କରିଥିଲେ। ଏହାପରେ ସମ୍ପୃକ୍ତ ଏ ଏନ ଏମ ତାଙ୍କ ସ୍ବାମୀ ବେଲପଡାରେ କାର୍ଯ୍ୟରତ ବ୍ଲକ ସହ ଶିକ୍ଷା ଅଧିକାରୀ ରଘୁନାଥ ମହାରଙ୍କୁ ଫୋନ କରିଥିଲେ। ଡାକ୍ତର ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ହଠାତ ପହଞ୍ଚି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ନେଇ ଲରମ୍ଭା ଥାନାରେ ଡାକ୍ତର ଲିଖିତ ଅଭିଯୋଗ କରିଥିଲେ। ଏନେଇ ଲରମ୍ଭା ଥାନା କେସ ନଂ ୨୩୦/୨୦୨୫ ରେ ଏକ ମାମଲା ୠଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତ ଏ  ଏନ ଏମଙ୍କ ସ୍ୱାମୀ ବେଲପଡା ଏ ବି ଇ ଓ ରଘୁନାଥ ମହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଲରମ୍ଭା ଥାନା ଅଧିକାରୀ ଭାନୁଶଙ୍କର ଯାଦବ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe