ବିଏସଏନଏଲ ଆଣିଲା ୯୯ ଟଙ୍କିଆ ପ୍ଲାନ, ଅନଲିମିଟେଡ୍‌ କଲ, ମିଳିବ ଫ୍ରି ରୋମିଂ ସୁବିଧା

Advertisment
ବିଏସଏନଏଲ ଆଣିଲା ୯୯ ଟଙ୍କିଆ ପ୍ଲାନ, ଅନଲିମିଟେଡ୍‌ କଲ, ମିଳିବ ଫ୍ରି ରୋମିଂ ସୁବିଧା

ଭାରତୀୟ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓର ବଜାର ପ୍ରବେଶ ପରଠୁ ପ୍ରୟତଃ ସମସ୍ତ ଟେଲିକମ୍‌ କଂପାନିମାନଙ୍କ ମଧ୍ୟରେ ଯେମିତି ତୀବ୍ର ପ୍ରତିଯୋଗିତା ଲାଗିଛି। ତେବେ ରିଲାଏନ୍ସେ ଜିଓକୁ ଟକ୍‌କର ଦେବାକୁ ଯାଇ ଏନେଇ ଏବେ ସରକାରୀ ଟେଲିକମ୍‌ କଂପାନି ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏକ ଟାରିଫ୍‌ ଫ୍ଲାନ୍‌ ଲଞ୍ଚ୍‌ କରାଯାଇଛି । ଏହି ସ୍ପେସିଆଲ୍‌ ଟାରିଫ୍‌ ଭାଉଚର୍‌ ବା(ଏସ୍‌ଟିଭି)ର ମୂଲ୍ୟ ମାତ୍ର ୯୯ ଟଙ୍କା ରହିଛିି । ଯାହାକି କେବଳ ପ୍ରିପେଡ଼୍‍ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ । ଏହି ପ୍ଲାନ୍‌ର ରିଚାର୍ଜରେ ଉପଭୋକ୍ତାଙ୍କୁ ୨୬ ଦିନର ବୈଧତା ସହିତ ଉଭୟ ଲୋକାଲ୍‌ ଏବଂ ଏସ୍‌ଟିଡ଼ି କଲ୍‌ କରିବାର ସୁବିଧା ମିଳିବ । ଏହା ସାରା ଦେଶରେ ଉପଲବ୍ଧ ହେବ । ତେବେ ଦିଲ୍ଲୀ ଏବଂ ମୁମ୍ବାଇ ସହରକୁ ଛାଡ଼ିଦେଲାପରେ ଅନ୍ୟାନ୍ୟ ରାଜ୍ୟମାନଙ୍କରେ ଏହି ପ୍ଲାନ୍‌ର ରିଚାର୍ଜରେ ଉପଭୋକ୍ତାଙ୍କ ଲାଗି ଏହା ରୋମିଂ ଫ୍ରି ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି । ହେଲେ ଉପଭୋକ୍ତାଙ୍କୁ ଏହି ପ୍ଲାନ୍‌ର ରିଚାର୍ଜରେ କୌଣସି ଡ଼ାଟା ସୁବିଧା ମିଳିବ ନାହିଁ।

ବିଏସଏନଏଲ ପକ୍ଷରୁ ୩୧୯ ଟଙ୍କିଆ ପ୍ଲାନ ମଧ୍ୟ ଆରମ୍ଭ କରାଯାଇଛି । ଏହା ଦ୍ୱାରା ୯୦ ଦିନ ପାଇଁ ଅନଲିମିଟେଡ ଭଏସ କଲିଂ, ଫ୍ରି ରୋମିଂ ଆଦି ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe