‘ଅମରି ଯଡ଼ା’ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି

ବିଦ୍ୟାଳୟ ଛୁଟି ପରେ ଘରକୁ ଫେରୁଥିବା ରାସ୍ତାକଡ଼ରେ ଥିବା ଅମରି ଜଡ଼ା ଗଛର ଫଳ ଖାଇ ୧୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବାନ୍ତି ଓ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ବରିଗୁଡା ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ରାସ୍ତାକଡ଼ର ଅମରି ଜଡ଼ା ଫଳ ଖାଇ ଅସୁସ୍ଥ ହୋଇଛନ୍ତି। ସମସ୍ତ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ବିଦ୍ୟାଳୟ ଛୁଟି ପରେ ଘରକୁ ଫେରୁଥିବା ରାସ୍ତାକଡ଼ରେ ଥିବା ଅମରି ଜଡ଼ା ଗଛର ଫଳ ଖାଇ ୧୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବାନ୍ତି ଓ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସମସ୍ତ ୧୦ ଜଣଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ୧ମ ରୁ ୫ମ ଶ୍ରେଣୀର ହୋଇଥିବା ଜଣାପଡିଛି। ଇତିଶ୍ରୀ ହିକକା, ଚିକୁ ହିକକା, ସୁରେଶ ହିକକା, ସନ୍ତୋଷି କାଡ୍ରାକା, ମହୀ ହୁଇକା, ଅଶୋକ ହିକକା, ନନ୍ଦ ହୁଇକା, ସୋହନ କୁଲୁସିକା, ଆଦିତ୍ୟ କାଡ୍ରାକା, କିଶନ କାଡ୍ରାକା ରାୟଗଡ଼ା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଏକ ଛାତ୍ରୀ ସନ୍ଧ୍ୟା ହୁଇକାଙ୍କୁ କିଛି ହୋଇନଥିବା ଯୋଗୁଁ ଘରେ ଥିବା ସୂଚନା ମିଳିଛି।  

publive-image

ପିଲାମାନେ ଅସୁସ୍ଥ ହେବାପରେ ତାଙ୍କ ପରିବାର ଲୋକ ଡାକ୍ତରଖାନାକୁ ଆଣିଥିବା ଜଣାପଡ଼ିଛି। ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଇତିଶ୍ରୀଙ୍କ ଛାତି ଯନ୍ତ୍ରଣା ହୋଇ କଷ୍ଟ ଅନୁଭବ କରିଥିବା ଦେଖିବାକୁ ମିଳିଛି। ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe