ଦୁଷ୍କର୍ମକାରୀ ବସ୍‌ କଣ୍ଡକ୍ଟରକୁ ୧୦ ବର୍ଷ ଜେଲ୍‌

Advertisment

ବସ୍‌ରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ରାୟ  ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟର ବିଚାରପତି ପି. ସୁରିୟା ରାଓ ମାମଲାର ବିଚାରକରି ଅଭିଯୁକ୍ତକୁ ୧୦ ଜେଲ ସହ ଏକଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି।

ବସ୍‌ରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ରାୟ  ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟର ବିଚାରପତି ପି. ସୁରିୟା ରାଓ ମାମଲାର ବିଚାରକରି ଅଭିଯୁକ୍ତକୁ ୧୦ ଜେଲ ସହ ଏକଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି।

ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

ରାଉରକେଲା: ବସ୍‌ରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ରାୟ  ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟର ବିଚାରପତି ପି. ସୁରିୟା ରାଓ ମାମଲାର ବିଚାରକରି ଅଭିଯୁକ୍ତକୁ ୧୦ ଜେଲ ସହ ଏକଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ୮ ଜଣ ସାକ୍ଷୀ, ଜଣେ ସଫେଇ ସାକ୍ଷୀଙ୍କ ବୟାନ ଓ ୧୦ଟି ଦସ୍ତାବିଜକୁ ଅନୁଧ୍ୟାନ କରି ବିଚାରପତି ଏହି ରାୟ ଶୁଣାଇଛନ୍ତି।

ଗିରଫ ଅଭିଯୁକ୍ତ ‌ହେଲେ ବସ୍‌ କଣ୍ଡକ୍ଟର ପଙ୍କଜ ମୁନା। ଭାରତୀୟ ପିଙ୍ଗକୋଡର ୩୫୪, ୩୫୪(କ) ଏବଂ ୩୭୬ ଧାରାରେ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଜରିମାନା କରାଯାଇଛି। ୩୭୬ ଦଫାରେ ୧୦ ବର୍ଷ ଜେଲ୍‌ ଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ବିଚାରପତି ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଗତ ୨୦୧୭ ମାର୍ଚ୍ଚରେ ୨୧ରେ ପୀଡିତା ଏକ ବସ୍‌ରେ ପଟ୍ଟାମୁଣ୍ଡାଇରୁ ରାଉରକେଲା ଆସୁଥିଲେ। ରାତି ପ୍ରାୟ ୩ଟାରେ ଅଭିଯୁକ୍ତ କଣ୍ଡକ୍ଟର ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଏତଲା ଦେଇଥିଲେ। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ମାମଲା ପରିଚାଳନା କରୁଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe