କଳସ ଶୋଭାଯାତ୍ରାରେ ସାମିଲ ହେଲେ ୧୦୦୮ ମହିଳା

Advertisment

ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଅଧୀନ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛିl ସକାଳ ୯ଟାରୁ ଜଗତି ମହାନଦୀ ଘାଟରୁ କଳସ ଶୋଭଯାତ୍ରା ଆରମ୍ଭ ହୋଇଥିଲାl

ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଅଧୀନ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛିl ସକାଳ ୯ଟାରୁ ଜଗତି ମହାନଦୀ ଘାଟରୁ କଳସ ଶୋଭଯାତ୍ରା ଆରମ୍ଭ ହୋଇଥିଲାl

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଅଧୀନ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛିl ସକାଳ ୯ଟାରୁ ଜଗତି ମହାନଦୀ ଘାଟରୁ କଳସ ଶୋଭଯାତ୍ରା ଆରମ୍ଭ ହୋଇଥିଲାl ଏହି ଶୋଭାଯାତ୍ରା ୧୦୦୮ କଳସ ଶୋଭାଯାତ୍ରାରେ ମହିଳା ପୁରୁଷ ଘଣ୍ଟବାଦ୍ୟ, ନାମ ସଂକୃତନ୍ୟରେ ମହାନଦୀ ଘାଟରୁ ବାହାରି ଜଗତି, ମlହାରସାହି, ଚାରିଶମ୍ଭୁ, ବାବୁସାହି ଦେଇ ଯଜ୍ଞ ମଣ୍ଡପରେ ପହଂଚି ଥିଲାl 

publive-image

ହଜାର ହଜାର ଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ପ୍ରଭୁକୃପା ଲାଭ କରିଥିଲେl ପୂଜକ ଭାବେ ଅଜିତ ପାଣିଗ୍ରାହୀ, ବୁଲୁ ପାଢ଼ୀ, ରାଜୁ ପାଢ଼ୀ, ସନ୍ତୋଷ ହୋତା, ପ୍ରବୀଣ ପଣ୍ଡା, ଜିକୁନ ହୋତା, କୃଷ୍ଣଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ମହାପାତ୍ର, ସୁରେଶ ପାଣିଗ୍ରାହୀ, ସିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ପ୍ରମୋଦ ମେହେର, ଟିକ ମେହେର, କୁବେର ମେହେର, ଲକ୍ଷ୍ମଣ ମେହେର, ଝରିଆ ମେହେର, ପୁରେନ୍ଦ୍ର ମେହେର, ସୁକୃ ମେହେର, ହରିମେହେର, ରବି ମେହେର, ଚତୃଭୁଜ ମେହେର ସପତ୍ନୀକ ଦାୟିତ୍ୱ ତୁଲାଇଥିଲେl 

ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦାନ କରିଥିଲେl ନିଜେ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଚାରିଶମ୍ଭୁ ମନ୍ଦିରରୁ ଭକ୍ତ ମାନଙ୍କ ସହ ଚାଲି ଚାଲି ଯଜ୍ଞ ମଣ୍ଡପରେ ପହଂଚି ଥିଲେl ଏଥିରେ ନାରାୟଣନଗର ଗ୍ରାମ ମଧ୍ୟରେ ପହଁଚିଲା ପରେ ବିଧାୟକ ମୃଦଙ୍ଗ ବଜାଇ ଓ ଅଧ୍ୟକ୍ଷ ଗିନି ବଜାଇ ଭକ୍ତଙ୍କ ସହ ନାଚିଥିଲେl 

ଏହି ଶୋଭାଯାତ୍ରାରେ ନାରାୟଣନଗର ଗ୍ରାମର ୭୦୦ ଜଣ ସ୍ବେଛାସେବୀ ସହ ମନ୍ଦିର କମିଟିର କର୍ମକର୍ତ୍ତା ସାମିଲ ହୋଇ ସହଯୋଗ କରିଥିଲେl ଏହାପରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲାl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe