ବେଆଇନ୍‌ ଗୋରୁ ବୋଝେଇ ୪ଟି ଟ୍ରକ୍‌ ଜବତ, ୧୦୫ ଗାଈ-ବଳଦ ଉଦ୍ଧାର

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାରଗିଲ ଛକ, ପଢ଼ିଆ, କୁସୁମୀ, ଭଗାବନ୍ଧି ପ୍ରଭୃତି ଅଞ୍ଚଳରୁ ୪ଟି ଟ୍ରକ୍ ଜବତ କରିବା ସହିତ ୩ ଜଣ ଚାଳକଙ୍କୁ ପୋଲିସ ଗିରଫ କରିଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାରଗିଲ ଛକ, ପଢ଼ିଆ, କୁସୁମୀ, ଭଗାବନ୍ଧି ପ୍ରଭୃତି ଅଞ୍ଚଳରୁ ୪ଟି ଟ୍ରକ୍ ଜବତ କରିବା ସହିତ ୩ ଜଣ ଚାଳକଙ୍କୁ ପୋଲିସ ଗିରଫ କରିଛି।

ରାଇରଙ୍ଗପୁର/ବାଦାମପାହାଡ଼/ଝିପାବନ୍ଧ:ମୟୂରଭଞ୍ଜ ପୁଲିସକୁ ମିଳିଛି ବଡ ସଫଳତା। ରାତିରେ ପାଟ୍ରୋଲିଂ ସମୟରେ ୪ଟି ଗୋରୁ ବୋଝେଇ ଟ୍ରକ ଜବତ କରିବା ସହିତ ୧୦୫ ଗୋରୁ ଉଦ୍ଧାର କରିଛି ପୁଲିସ।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାରଗିଲ ଛକ, ପଢ଼ିଆ, କୁସୁମୀ, ଭଗାବନ୍ଧି ପ୍ରଭୃତି ଅଞ୍ଚଳରୁ ୪ଟି ଟ୍ରକ୍ ଜବତ କରିବା ସହିତ ୩ ଜଣ ଚାଳକଙ୍କୁ ପୋଲିସ ଗିରଫ କରିଛି। ଜଣେ ଚାଳକ ଫେରାର ଥିବା ସୂଚନା ମିଳିଛି। ଟ୍ରକ୍‌ରେ ଥିବା ୧୦୫ଟି ଗୋରୁକୁ ଉଦ୍ଧାର କରିଥିବା ବେଳେ ସେଥି ମଧ୍ୟରୁ ୩ଟି ଗୋରୁକୁ ମୃତ ଅବସ୍ଥାରେ ଉଦ୍ଧାର କରିଛି। ୩ ଟି ମୃତ ଗୋରୁକୁ ହାଟବାଦଡା ନିକଟରେ ପୋତି ଦିଆଯାଇଛି।

ଜବତ ଟ୍ରକ୍ ଗୁଡ଼ିକ ଅନୁଗୁଳ ଜିଲ୍ଳା ପାଲଲହଡ଼ା ଅଞ୍ଚଳରୁ ହାଟବାଦଡା ସାପ୍ତାହିକ ହାଟକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ ଧରିବାରେ ସଫଳ ହୋଇଛି।

publive-image

ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ବାଦାମପାହାଡ଼ ଥାନାରେ କେସ ନଂ ୫୧/୨୪, ୫୨/୨୫, ୫୩/୨୫ ଓ ୬୧/୨୫ରେ ୪ ଭିନ୍ନଭିନ୍ନ ମାମଲା ରୁଜୁ ହୋଇଛି। ୩ ଜଣ ଟ୍ରକ୍‌ ଚାଳକଙ୍କୁ ଅଟକ ରଖିଥିବାବେଳେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରିବେ ବୋଲି କହିଛନ୍ତି ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ। ୪ଟି ଟ୍ରକ୍ (ଓଡ଼ି ୦୯ ୱାଇ ୭୪୧୧, ଡବ୍ଲୁବି ୨୯ ସି  ୨୨୭୩, ଓଡ଼ି ୦୯ଆର୍ ୩୫୩୩)କୁ ବାଦାମପାହାଡ ପୁଲିସ ଜବତ କରିଥିବା ବେଳେ ଟ୍ରକ୍‌ (ଓଡ଼ି ୦୯ଆର୍ ୭୬୧୧)କୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଜବତ କରିବା ସହିତ ୪ ଜଣ ଚଳକଙ୍କୁ ଗିରଫ କରିଛି।

ଉଦ୍ଧାର ଗୋରୁ ଗୁଡ଼ିକୁ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଚାକୁଳିଆ ଗୋ-ଶାଳା ଓ କରଞ୍ଜିଆ ନିକଟସ୍ଥ ବାକରତଳା ଗୋ-ଶାଳାକୁ ପଠାଯିବ ବୋଲି ସୁଚନା ମିଳିଛି। ଗୋରୁ ଟ୍ରକ୍ ଜବତ ସମୟରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଆଇଆଇସି କେ. କେ ହେମ୍ବ୍ରମ୍, ଫାଣ୍ଡି ଅଧିକାରୀ ପଞ୍ଚାନନ ମହାନ୍ତି, ରଘୁନାଥ ଦେହୁରୀ, ଏସଆଇ ସୁନାରାମ୍ ଦେହୁରୀ, ସନ୍ତୋଷ କୁମାର ସୋରେନ୍‌ଙ୍କ ସମେତ ଟାଉନ୍ ଥାନା ପୁଲିସ, ବାଦାମପାହାଡ଼ ଥାନା ପୁଲିସ, ହାଟବାଦଡ଼ା ଫାଣ୍ଡି, ଗ୍ରାମାଞ୍ଚଳ ଥାନା ପୁଲିସ ସାମିଲ ଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe