Ambulance catches fire Photograph: (sambad.in)
ଯାଜପୁର: ଧର୍ମଶାଳା ବ୍ଲକ ପରିସରରେ ସୋମବାର ଅପରାହ୍ଣରେ ଏକ ୧୦୮ ଆମ୍ବୁଲାନ୍ସ ହୁତୁହୁତୁ ହୋଇ ଜଳିଯାଇଛି। ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ଆଖି ଆଗରେ ୨ମାସ ପୂର୍ବରୁ ଏଠାରୁ ଆସିଥିବା ଗାଡ଼ି ଜଳି ଯାଉଥିଲେ ମଧ୍ୟ ଏହାକୁ ନିଆଁରୁ ମୁକ୍ତ କରାଯାଇ ପାରି ନାହିଁ। ଗାଡ଼ିଟି ଅଳ୍ପ ସମୟ ମଧ୍ୟରେ ଜଳି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି।
ସୂଚନା ଅନୁସାରେ ଯାଜପୁର ଜ଼ିଲ୍ଲା ଧର୍ମଶାଳା ବ୍ଲକରେ ୨ଟି ସରକାରୀ ଆମ୍ବୁଲାନ୍ସ ରହିଛି। ଏଥିରୁ ଗୋଟିଏ ବ୍ଲକ କାଯ୍ୟଳୟରେ ଅନ୍ୟଟି ଥାନାରେ ରହୁଥିଲା। ବ୍ଲକ ପରିସରରେ ଥିବା ଆମ୍ବୁଲାନ୍ସଟି ଆଜି କଟକକୁ ରୋଗୀ ନେଇଥିଲା। ଅପରାହ୍ଲ ପ୍ରାୟ ୩ଟାରେ ଏହା ବ୍ଲକ କାର୍ଯ୍ୟାଳୟକୁ ଫେରି ଆସିଥିଲା। ଏହାର ଚାଳକ ଗାଡ଼ି ରଖି ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ। ଏହା ପରେ ଗାଡ଼ିରେ ନିଆଁ ଲାଗିଥିଲା ବୋଲି କୁହାଯାଉଛି।
ଡ୍ରାଇଭର ଗାଡ଼ି ରଖି ଯିବା ପରେ ହଠାତ୍ ଜଳି ଉଠିଥିଲା। ଆମ୍ବୁଲାନ୍ସର ନିଆଁ ଉଗ୍ରରୂପ ନେଇଥିଲା। ସୂଚନା ପାଇଁ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଜଳି ଯାଇଥିବା ଆମ୍ବୁଲାନ୍ସଟି ୨ ମାସ ପୂର୍ବରୁ ଏଠାକୁ ଆସିଥିଲା। ଏହାର ସଠିକ ମରାମତି ହେଉ ନଥିଲା ନା ଆଉ କିଛି କାରଣ ଥିଲା, ସେନେଇ ଜଣାପଡ଼ି ନାହିଁ। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।
Health | Fire | Jajpur
Follow Us