ମାଲକାନଗିରିର ଘଟଣା ଯାଜପୁରରେ ପୁନରାବୃତ୍ତି; ମା’ ହେଲେ ଦଶମ ‌ଛାତ୍ରୀ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ‌ବେଳେ ଯାଜପୁର ଜିଳ୍ଲାରେ ମଧ୍ୟ ସମାନ ପ୍ରକାର ପରିସ୍ଥିତି ଦେଖିବାକୁ ମିଳିଛି।

10th class student

10th class student Photograph: (Sambad.in )

ଭୁବନେଶ୍ବର: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ‌ବେଳେ ଯାଜପୁର ଜିଳ୍ଲାରେ ମଧ୍ୟ ସମାନ ପ୍ରକାର ପରିସ୍ଥିତି ଦେଖିବାକୁ ମିଳିଛି। କେବଳ ଫରକ ଏତିକି ‌ଯେ, ମାଲକାନଗିରିର ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଥିବା ବେଳେ ଯାଜପୁରର ନାବାଳିକା ଶିଶୁକନ୍ୟାର ମା’‌ ହୋଇଛି।  

ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ ଦଶମ ଛାତ୍ରୀ ପୂର୍ବରୁ ଦୁଇଟି ବିଷୟରେ ପରୀକ୍ଷା ଦେଇଥିଲେ। ବୁଧବାର ହଠାତ୍ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତାଙ୍କୁ ବରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରୀ ଜଣଙ୍କ ରାମପୁର ପଞ୍ଚାୟତ ସ୍କୁଲରେ ପାଠ ପଢୁଥିଲେ। ସେ ନିଜ ଘରୁ ସ୍କୁଲକୁ ଯାତାୟତ କରୁଥିଲେ। ଆଡମିଟ୍ ନେବା ପରଠାରୁ ସେ ସ୍କୁଲ ଆସିନଥିଲେ।

ମାତ୍ର ୩ଦିନ ମଧ୍ୟରେ ରାଜ୍ୟରେ ସମାନ ପ୍ରକାରର ୨ଟି ଘଟଣା ଘଟି ସାରିଛି। ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ନେଇ ଛାତ୍ରୀଙ୍କ ପରିବାର ଲୋକ, ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ସ୍କୁଲ ଶିକ୍ଷକ କିପରି ଜାଣିପାରିଲେନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସୂଚନାଯୋଗ୍ୟ, ଚିତ୍ରକୋଣ୍ଡା ଅଞ୍ଚଳର ଏକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରୀ ଜଣକ ବର୍ତ୍ତମାନ ଦଶମ ପରୀକ୍ଷା ଦେଉଛନ୍ତି। ସେ  ଗତ ୨୪ ତାରିଖରେ ମଧ୍ୟ ଇଂରାଜୀ ପରୀକ୍ଷା ଦେଇଥିଲେ। ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ। ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମା’ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ସେମାନେ ଏକ ବଡ଼ ଘଟଣା ଘଟିଥିବା କହିଥିଲେ। ତୁମ ଝିଅ ଏକ ଛୁଆ ଜନ୍ମ କରିଛି। ଏହି କଥା ଶୁଣି ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। ବାପାଙ୍କ କହିବା ଅନୁଯାୟୀ ଝିଅ ଘରକୁ ଆସିନାହିଁ। ସେ ହଷ୍ଟେଲରେ ରହି ପାଠ ପଢୁଥିଲା। ଝିଅ ସହ ପରୀକ୍ଷା ପୂର୍ବରୁ କଥା ହୋଇଥିଲି। ସେଭଳି କୌଣସି ଝିଅ କହି ନଥିଲା କି ମୁ ଜାଣିପାରିନଥିଲି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe