ଅନଲାଇନ୍ ଗେମ୍ ନେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ଜୀବନ

Advertisment

ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ଗଣପତୀଗୁଡା ଠାରେ ଜଣେ ଛାତ୍ରୀ ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ଅଭିଯୋଗ ହୋଇଛି। ନିଜଘର ଶୈାଚାଳୟରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ସାଇନା ସାହୁ।

Updated On

ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ଗଣପତୀଗୁଡା ଠାରେ ଜଣେ ଛାତ୍ରୀ ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ଅଭିଯୋଗ ହୋଇଛି। ନିଜଘର ଶୈାଚାଳୟରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ସାଇନା ସାହୁ।

ଅଦ୍ୟତନ ହୋଇଛି
nj

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ଗଣପତୀଗୁଡା ଠାରେ ଜଣେ ଛାତ୍ରୀ ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ଅଭିଯୋଗ ହୋଇଛି। ନିଜଘର ଶୈାଚାଳୟରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ସାଇନା ସାହୁ।  ଚଳିତ ବର୍ଷ ଛାତ୍ରି ଜଣକ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ୍ ତଦନ୍ତ ଜାରି ରଖିଛି। ଶବକୁ ପୁଲିସ୍ ଜବତ କରିବା ସହ ପୋଷ୍ଟମଟମ୍ ପାଇଁ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛି।

ଛାତ୍ରୀଜଣକ ରାମନାଗୁଡ଼ା ହାଇସ୍କୁଲ୍‌ରେ ଶିକ୍ଷା ଅର୍ଜନ କରୁଥିଲେ। କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ। ପରିବାରର ତାଗିଦ୍ ପରେ ବି ସୁଧୁରିନଥିଲେ ସେ। ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା। ଛାତ୍ରୀଜଣକ ଅନ୍ ଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ। ତାଙ୍କ ଅର୍ଥ ପଇଠ କରିବା ପାଇଁ କହିଥିଲେ ନଚେତ୍ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏହି ବିଷୟକୁ ନେଇ ସାଇନାଙ୍କ ଜେଜେମା ଓ ସମ୍ପର୍କୀୟ ତାଙ୍କୁ ତାଗିଦ କରିଥିଲେ। ଅର୍ଥ ନପାଇ ରହୁଥିବା ଘର ଶୈାଚାଳୟରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଥିଲେ ସାଇନା। ସେ ଆତ୍ମହତ୍ୟା କରିଥିବା ଜାଣି ତାଙ୍କ ସମ୍ପର୍କୀୟ ପିଉସୀ ରାମନାଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ସାଇନାଙ୍କ ବାପାଙ୍କ ମୃତ୍ୟ ହୋଇ ସାରିଥିବା ବେଳେ ତାଙ୍କ ମା କୁଆଡେ ଚାଲିଯାଇଛନ୍ତି। ଜେଜେମାଙ୍କ ପାଖରେ ରହୁଥିଲେ ସାଇନା।

ଛାତ୍ରୀଜଣକ ରାମନାଗୁଡ଼ା ହାଇସ୍କୁଲ୍‌ରେ ଶିକ୍ଷା ଅର୍ଜନ କରୁଥିଲେ। କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ। ପରିବାରର ତାଗିଦ୍ ପରେ ବି ସୁଧୁରିନଥିଲେ ସେ। ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା। ଛାତ୍ରୀଜଣକ ଅନ୍ ଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ। ତାଙ୍କ ଅର୍ଥ ପଇଠ କରିବା ପାଇଁ କହିଥିଲେ ନଚେତ୍ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏହି ବିଷୟକୁ ନେଇ ସାଇନାଙ୍କ ଜେଜେମା ଓ ସମ୍ପର୍କୀୟ ତାଙ୍କୁ ତାଗିଦ କରିଥିଲେ। 

 ଅର୍ଥ ନପାଇ ରହୁଥିବା ଘର ଶୈାଚାଳୟରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଥିଲେ ସାଇନା। ସେ ଆତ୍ମହତ୍ୟା କରିଥିବା ଜାଣି ତାଙ୍କ ସମ୍ପର୍କୀୟ ପିଉସୀ ରାମନାଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ସାଇନାଙ୍କ ବାପାଙ୍କ ମୃତ୍ୟ ହୋଇ ସାରିଥିବା ବେଳେ ତାଙ୍କ ମା କୁଆଡେ ଚାଲିଯାଇଛନ୍ତି। ଜେଜେମାଙ୍କ ପାଖରେ ରହୁଥିଲେ ସାଇନା। ଘଟଣାରେ ପୁଲିସ୍ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe