ଭୁବନେଶ୍ବରରେ ୧୧ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହିତ ନିଶା ବେପାରୀ ଗିରଫ

ରାଜଧାନୀ ଭୁବନେଶ୍ବରରେ ନିଶା ମାଫିଆଙ୍କ ରାଜ୍‌ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ବରରୁ ଆଜି ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥି ସହିତ ଜରେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଭଗବାନ ଯାଧବ।

New Project (17)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ନିଶା ମାଫିଆଙ୍କ ରାଜ୍‌ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ବରରୁ ଆଜି ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥି ସହିତ ଜରେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଭଗବାନ ଯାଧବ।

ଆଗକୁ ଦଶହରା ଥବାରୁ ଏହି ସମୟ ଭିତରେ ନିଶା ବେପାରୀମାନେ ରାଜଧାନୀରେ ଅଧିକ ସକ୍ରିୟ ହୋଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ନିଜ ସ୍ତରରେ ପ୍ରସ୍ତୁତି କରୁଛି। 

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଏସ୍‌ଟିଏଫ୍‌ ଅତର୍କିତ ଚଢ଼ଉ କରି ଭଗବାନ ଯାଧବକୁ ଗିରଫ କରିଛି। ଅଭିଯୁକ୍ତ ଭଗବାନ ଭୁବନେଶ୍ବରର ବାଣୀବିହାର, ସହିଦନଗର, ପଟିଆ, ରେଳଷ୍ଟେସନ ଅଞ୍ଚଳରେ ରେ ବ୍ରାଉନସୁଗାର ବେପାର କରୁଥିଲା। ସେ ଦୀର୍ଘ ବର୍ଷ ହେଲା ଭୁବନେଶ୍ବରରେ ଏହି ବେପାର କରୁଥିଲା‌। ଅଭିଯୁକ୍ତ ନିକଟରୁ ପୁଲିସ ଏକ ମୋବାଇଲ ଜବତ କରିଛି। ସେ କେଉଁଠାରୁ ବ୍ରାଉନସୁଗାର ଆଣୁଥିଲା ଏବଂ କେଉଁମାନଙ୍କ ପାଖରେ ଏହା ବିକ୍ରି କରୁଥିଲା ପୁଲିସକୁ ଆହୁରି ଅନେକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। 

Bhubaneswar | Odisha police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe